Home ଜିଲ୍ଲା ପରିକ୍ରମା ସାଇକୃପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ, କୋମଳମତି ପିଲାଙ୍କୁ ନିସ୍ତୁକ ଶାରୀରିକ ନିର୍ଯାତନା

ସାଇକୃପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ, କୋମଳମତି ପିଲାଙ୍କୁ ନିସ୍ତୁକ ଶାରୀରିକ ନିର୍ଯାତନା

14

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଧାରଣ ନାଗରିକ ଭଳି ଭିନ୍ନକ୍ଷମ ବ୍ୟକ୍ତିଙ୍କର ଅଧିକାର ସୁରକ୍ଷା ପାଇଁ ସରକାରଙ୍କର ବିଭିନ୍ନ ଯୋଜନା କାର୍ଯ୍ୟକ୍ଷମ ହେଉଥିବା ବେଳେ ଭିନ୍ନକ୍ଷମ ପିଲାଙ୍କର ଅଧିକାର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ପାଇଁ ଗେଲପୁର ଠାରେ ଏକ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ ୨୦୦୬ ମସିହାରେ ସ୍ଥାପିତ ହୋଇôଥଲା । କିନ୍ତୁ ବହୁ ପ୍ରତୀକ୍ଷା ପରେ ୨୦୨୩ ଜୁଲାଇ ମାସରେ କର୍ମଚାରୀଙ୍କୁ ସରକାରୀ ଅନୁଦାନ ମିଳିଥିଲା । ୨୦୧୮ ଠାରୁ ପିଲାମାନଙ୍କର ଖାଇବା, ରହିବା, ପୋଷାକ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଖର୍ଚ୍ଚ ବାବଦରେ ଜଣପିଛା ୨୨୭୦ଟଙ୍କା ମିଳୁଅଛି । କିନ୍ତୁ ପରିଚାଳନା କମିଟିରେ ଡା. ଶରତ ଆଚାର୍ଯ୍ର (ଜଣେ ସରକାରୀ କର୍ମଚାରୀ) ଏବଂ ତାଙ୍କ ପତ୍ନୀ ଯଥାକ୍ରମେ ସମ୍ପାଦକ ଏବଂ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରି ବିଭିନ୍ନ ଅନୀତି, ଭ୍ରଷ୍ଟାଚାରରେ ଲିପ୍ତ ରହିବାରୁ ଏବଂ ସଭାପତି ତାଙ୍କୁ ପ୍ରତିବାଦ କରିବାରୁ କମିଟିରେ ତିକ୍ତତା ପ୍ରକାଶ ପାଇଥିଲା । ଏସବୁ ବିଷୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅବଗତ ଥିଲେ ମଧ୍ୟ କୌଣସି ସୁଧାର ଆସି ନଥିଲା । କିନ୍ତୁ ପିଲାଙ୍କ ସୁରକ୍ଷା ପରିବର୍ତ୍ତେ ଏକ ନୀରିହ ୬/୭ ବର୍ଷର ମାନସିକ ଅନଗ୍ରସର ପିଲା ସନ୍ତୋଷ ଜେନାଙ୍କୁ ଅମାନୁଷିକ ଭାବେ ଶାରୀରିକ ନିର୍ଯାତନା ଲୋକଲୋଚନକୁ ଆସିଥିବାରୁ ଭଦ୍ରକର ଜନସାଧାରଣଙ୍କୁ ବିଚଳିତ କରିଅଛି । ଏ ଦୁଃସମ୍ବାଦ ପାଇ ଭଦ୍ରକର ବୁଦ୍ଧିଜୀବୀ, ସମାଜସେବୀଗଣ ଅଜୟ ନାୟକ, ରାଧାରାଣୀ ମହାପାତ୍ର, ଅଶୋକ ଦାସ, ସୁଧାକର ରାଉତ, କୈଳାସ ମହାପାତ୍ର, ସେକ୍ ରିୟାଜ, ଗିରିଧାରୀ ପାତ୍ର ଏବଂ ସାମ୍ବାଦିକ ଗଣ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଯାଇ ପିଲାଟିର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସମ୍ପୂର୍ଣ୍ଣ ଯତ୍ନବାନ ହେବା ପାଇଁ ଅନୁରୋଧ କରିଥିଲେ ।

ଏହା ପରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ହିଂସାର ଶିକାର ହୋଇଥିବା ପିଲାଟିକୁ ଏବଂ ପିତାମାତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ବିଦ୍ୟାଳୟର ସୁପରିଚାଳନା ପାଇଁ ଏକ ଉତ୍ତମ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଅର୍ପଣ ପାଇଁ ଦାବି ଉପସ୍ଥାପନ କରାଯାଇଛି । ତେବେ ଛାତ୍ରଙ୍କୁ ମାଡମାରିବା ଘଟଣାରେ ପ୍ରଶାସନ ପକ୍ଷରୁ ଆଜି ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି । ଜିଲାପାଳଙ୍କ ନିର୍ଦ୍ଦେଶରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ନାୟକ ଆଜି ଭଦ୍ରକ ହସ୍‌ପିଟାଲରେ ଚିକିତ୍ସାଧୀନ ଭିନ୍ନକ୍ଷମ ଛାତ୍ର ସନ୍ତୋଷ ଜେନା ଓ ତାଙ୍କ ପିତାମାତାଙ୍କୁ ଭେଟିଛନ୍ତି । ଚିକିତ୍ସାଧୀନ ଭିନ୍ନକ୍ଷମ ଛାତ୍ର ଶ୍ରୀ ଜେନାଙ୍କର ଗୋଟିଏ ଆଙ୍ଗୁଠି ଫୁଲିଥିବାବେଳେ ପିଠିରେ ଗୋଟିଏ କଳାଦାଗ ଥିବାର ଦେଖିôଥିବା କଥା ଆମ ପ୍ରତିନିଧିଙ୍କ ନିକଟରେ ପ୍ରକାଶ କରିଛନ୍ତି । ପରେ ଏହି ଦୁଇ ଅଧିକାରୀ ଗେଲପୁରସ୍ଥିତ ସାଇସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟକୁ ଯାଇ ବାସ୍ତବ ଘଟଣା ସଂପର୍କରେ ତଦନ୍ତ କରିଥିଲେ । ସେଠାରେ କାର୍ଯ୍ୟରତ ପୁରୁଷ ଆଟେଣ୍ଡାଣ୍ଟ ମହେଶ୍ୱର ସାହୁ, ମହିଳା ଆଟେଣ୍ଡାଣ୍ଟ ଝୁନୁଲତା ସାହୁ, ଅନ୍ୟ ଜଣେ ଆଟେଣ୍ଡାଣ୍ଟ ଉଜ୍ଜ୍ୱଳ କୁମାର ରାଉଳ ଓ ଜଗୁଆଳି କୁନି ସିଂଙ୍କ ସହ ମହାବିଦ୍ୟାଳୟ ଅଧ୍ୟକ୍ଷା ରଜନୀ ପତି ଓ ସଂପାଦକ ଶରତ ଆଚାର୍ଯ୍ୟଙ୍କୁ ପଚରା ଉଚୁରା କରିଥିଲେ । ପଚରା ଉଚୁରା ସମୟରେ ଭିନ୍ନକ୍ଷମ ଛାତ୍ର ସନ୍ତୋଷ ଜେନା (୮) ବାରମ୍ବାର ଝାଡା ପରିସ୍ରା କରିବାରୁ କାର୍ଯ୍ୟରତ ମେଲ୍ ଆଟେଣ୍ଡାଣ୍ଟ ଉତ୍ତମ ଜେନା ବିରକ୍ତି ପ୍ରକାଶ କରି ତାଙ୍କୁ ବାଡେଇଥିବାର ସମସ୍ତ କର୍ମଚାରୀମାନେ ତଦନ୍ତ ଅଧିକାରୀଙ୍କ ନିକଟରେ ପ୍ରକାଶ କରିଥିଲେ ।

ସେହିପରି ବିଦ୍ୟାଳୟର ଅଧ୍ୟକ୍ଷା ରଜନୀ ପତି କହିଥିଲେ ଏହି ଘଟଣା ଆମ୍ଭ ଜ୍ଞାତସାରରେ ହୋଇନାହିଁ । ସନ୍ତୋଷଙ୍କ ମା’ ରୁକ୍ମଣୀ ଜେନା ୨୬ ତାରିଖରେ ତାଙ୍କ ପୁଅର ଆଧାର ଓ ଭିନ୍ନକ୍ଷମ ପ୍ରମାଣପତ୍ରରେ ଥିବା ତ୍ରୁଟି ସଂଶୋଧନ ପାଇଁ ଘରକୁ ନେଇଯାଇଥିଲେ । ତେବେ ମାଡ ମାରିବା ଘଟଣା କଥା କହିନଥିଲେ । ୨୭ ତାରିଖରେ ସନ୍ତୋଷ ମେଡିକାଲରେ ଚିକିତ୍ସାଧୀନ ଥିବାର ଖବର ପାଇ ମୁଁ ଓ ଆମର ସମସ୍ତ କର୍ମଚାରୀ ହସ୍‌ପିଟାଲରେ ପହଞ୍ôଚ ତାଙ୍କୁ ଭେଟିଥିଲୁ ଓ ଚିକିତ୍ସା ସଂପର୍କରେ ପଚାରି ବୁଝିଥିଲୁ । ତେବେ ଅଧ୍ୟକ୍ଷା ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦେଇଥିବା ରିପୋର୍ଟରେ ତାଳମେଳ ରହୁନଥିବାର ଜଣାଯାଇଛି । ତେବେ ଏହିସବୁ କର୍ମଚାରୀମାନେ ତଦନ୍ତ ସମୟରେ ବୟାନ ଦେଇଥିବା ସମସ୍ତ କର୍ମଚାରୀ ଲିଖିତ ଆକାରରେ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଅନ୍ୟପଟେ ମା’ ରୁକ୍ମଣୀ ଦୁଇ ତଦନ୍ତ ଅଧିକାରୀଙ୍କ ନିକଟରେ ପୁଅର ନ୍ୟାୟ ଭିକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.