Home ଜିଲ୍ଲା ପରିକ୍ରମା ସାହସପୁର ପଂଚାୟତର ବିଜେଡ଼ିର ମିଶ୍ରଣ ପର୍ବ, ଶତାଧିକ କର୍ମୀ ବିଜେଡ଼ିରେ ମିଶିଲେ

ସାହସପୁର ପଂଚାୟତର ବିଜେଡ଼ିର ମିଶ୍ରଣ ପର୍ବ, ଶତାଧିକ କର୍ମୀ ବିଜେଡ଼ିରେ ମିଶିଲେ

75

ଭଦ୍ରକ, ୧୪ା୧୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଧାମନଗର ବ୍ଲକର ବିଜୁ ଜନତାଦଳ ଦିନକୁ ଦିନ ସକ୍ରୀୟ ହେଉଥିବାବେଳେ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ତୃତୀୟ ଥର ଧାମନଗର ପଂଚାୟତ ସମିତି ଆସନ ଦାଖଲ କରିବା ପାଇଁ ବିଜେଡ଼ି ତା’ର ରଣ କୌଶଳ ଆରମ୍ଭ କରିଛି । ଏପରିକି ବିଭିନ୍ନ ଦଳରୁ କର୍ମୀ ଓ ନେତାଙ୍କୁ ଆଣି ଦଳରେ ମିଶାଇ ଦଳକୁ ଅଧିକ ଶକ୍ତିଶାଳୀ କରୁଥିବାରୁ ଦେଖିବାକୁ ମିଳିଛି । ଆଜି ସାହାସପୁର ପଂଚାୟତର ବିଜୁ ଜନତାଦଳର ଏକ ମିଶ୍ରଣ ପର୍ବ ସ୍ଥାନୀୟ ସାହାସପୁର ସ୍କୁଲ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପଂଚାୟତର ଅନ୍ୟଦଳରୁ ଶତାଧିକ କର୍ମୀ ଏହି ବିଜେଡ଼ି ଦଳରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା । ଆୟୋଜିତ ସଭାରେ ବିଜେଡ଼ି ବ୍ଲକ ସଭାପତି ଉମେଶ ମହାନ୍ତିଙ୍କ ସଭାପତିତ୍ୱରେ ବ୍ଲକ ପର୍ଯ୍ୟବେକ୍ଷକ ସରୋଜ ମହାପାତ୍ର, ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସମିତିସଭ୍ୟ ହରେକୃଷ୍ଣ ପାଢୀ, ପ୍ରଦୀପ କୁମାର ମଲ୍ଲିକ ଓ ମାଧୁରୀ ପଲାଇ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ନାରାୟଣଚନ୍ଦ୍ର ସାହୁ, ପୂର୍ବତନ ସମିତିସଭ୍ୟ ବିଦ୍ୟାଧର ରାଉତ, ବିଜୁ ଯୁବଜନତା ଦଳର ବ୍ଲକ ସଭାପତି ଭାରତବିଜୟ ଦଳାଇ, ପ୍ରମୁଖ ଯୋଗଦେଇ ନବୀନ ପଟ୍ଟନାୟକଙ୍କର ସ୍ୱଚ୍ଛ ଶାସନ ଓ ସ୍ଥିର ସରକାର ଏବଂ ଜନହିତକର ଯୋଜନା ସମ୍ପର୍କରେ ଉପସ୍ଥିତ କର୍ମୀ ଓ ଜନସାଧାରଣଙ୍କୁ ବକ୍ତବ୍ୟ ମାଧ୍ୟମରେ କହିଥିଲେ । ଏହି ଅବସରରେ ବିଜେପି ଓ କଂଗ୍ରେସ ଦଳର ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ସେମାନଙ୍କୁ ଉପସ୍ଥିତ ନେତା ଓ ପର୍ଯ୍ୟବେକ୍ଷକ ପୁଷ୍ପଗୁଚ୍ଛ ଓ ଦଳୀୟ ଉତରୀୟ ଦେଇ ଦଳରେ ସାମିଲ କରାଇଥିଲେ । ପ୍ରାରମ୍ଭରେ ବିଜେଡ଼ିର ପଂଚାୟତ ସଭାପତି ବାସୁଦେବ ସାମଲ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ରାଜେନ୍ଦ୍ର ପଲ୍ଲାଇ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଣଧିର ନାୟକ, ମୁକ୍ତିକାନ୍ତ ଦାସ, ସୌଭାଗ୍ୟ ମାଝୀ, ମାନସ ସାୟନ୍ତ, ପବିତ୍ର ସାହୁ, ବ୍ରଜକିଶୋର ମାଝୀ, କମଳଲୋଚନ ଥାଟୋଇ, ସତ୍ୟପ୍ରିୟ ମହାନ୍ତି, ପ୍ରଶାନ୍ତ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.