Home ଜିଲ୍ଲା ପରିକ୍ରମା ଆଦର୍ଶ ଶିକ୍ଷକ ସନ୍ତୋଷ ସାର୍‌ଙ୍କ ଅକାଳ ବିୟୋଗ

ଆଦର୍ଶ ଶିକ୍ଷକ ସନ୍ତୋଷ ସାର୍‌ଙ୍କ ଅକାଳ ବିୟୋଗ

88

ଭଦ୍ରକ, ୧୪ା୧୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ପଂଚାୟତର ସୋଧ ଗ୍ରମାର ଜଣେ ସମାଜସେବୀ, ପରୋପକାରୀ ତଥା ପଧାନୀ ସ୍ଥିତ ମୁକ୍ତେଶ୍ୱର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ଦ୍ୱିବେଦୀ (୫୪)ଙ୍କ ପରଲୋକ ଘଟିଛି । ଚଳିତ ମାସ ୫ତାରିଖ ଏକ ଦୁର୍ଘଟଣାରେ ମୁଣ୍ଡରେ ଆଘାତ ହୋଇଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୀର୍ଘ ୯ଦିନ ଧରି ମୃତ୍ୟୁ ସହିତ ସଂଗ୍ରାମ କରି ଚିକିତ୍ସାଧିନ ଅବସ୍ଥାରେ ଶେଷରେ ଗତକାଲି ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏ ଦୁଃଖଦ ଖବର ପ୍ରଚାରିତ ହେବା ମାତ୍ରେ ଶିକ୍ଷକ/ ଶିକ୍ଷୟିତ୍ରୀ, ଛାତ୍ର/ ଛାତ୍ରୀ, ଅବିଭାବକ ଓ ଅଂଚଳ ବାସୀଙ୍କ ମଧ୍ୟରେ ଶୋକର ବାତାବରଣ ଖେଳି ଯାଇଥିଲା । ତାଙ୍କ ମରଶରୀରକୁ ନିଜ କର୍ମଭୂମୀ ମୁକ୍ତେଶ୍ୱର ଉଚ୍ଚ ବିଦ୍ୟାଳୟକୁ ଏକ ଶୋଭାଯାତ୍ରାରେ ନିଆଯାଇ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଶତାଧିକ ଶୁଭେଚ୍ଛୁଙ୍କ ସହ ଏକ ଶୋକାକୂଳ ଶୋଭାଯାତ୍ରାରେ ଦୋବଲ ଗ୍ରାମପଂଚାୟତ ପରିକ୍ରମା କରିବା ସହ ନିଜ ଜନ୍ମଭୂମୀ ସୋଧ ଗ୍ରାମ ନିକଟବର୍ତୀ ଶ୍ମସାନ ଘାଟରେ ଶବ ସତ୍କାର କରାଯାଇଥିଲା । ତାଙ୍କ ମୃତ୍ୟୁ ଖବର ଶୁଣି ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର ଦାସ, ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିଜେଡ଼ି ଜିଲ୍ଲା ସମ୍ପାଦକ ପ୍ରଦୀପ କୁମାର ମଲ୍ଲିକ ଓ ହରେକୃଷ୍ଣ ପାଡୀ, ସାଂସଦ ପ୍ରତିନିଧି ନାରାୟଣଚନ୍ଦ୍ର ସାହୁ, ବିଜେଡ଼ି ଯୁବ ଉପସଭାପତି ପ୍ରଶାନ୍ତ ଦ୍ୱିବେଦୀ ଓ କୃଷ୍ଣଚନ୍ଦ୍ର ପତି, ପୂର୍ବତନ ସମିତିସଭ୍ୟ ପ୍ରତାପ ସାମଲ, ମୁସ୍ତଫାପୁର ସରପଂଚ ବିଷ୍ଣୁଚରଣ ଦାସ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.