Home ଜିଲ୍ଲା ପରିକ୍ରମା ବୁଲା ଗୋରୁଙ୍କ ଯୋଗୁଁ ଦୁର୍ଘଟଣା

ବୁଲା ଗୋରୁଙ୍କ ଯୋଗୁଁ ଦୁର୍ଘଟଣା

108

ଭଦ୍ରକ, ୧୪ା୧୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ଆଗରପଡ଼ା ଅଂଚଳରେ କ୍ରମଶଃ ବୁଲା ଗୋରୁ ଗାଈଙ୍କ ଯୋଗୁଁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାର ଜଣାପଡ଼ିଛି । ସ୍ଥାନୀୟ କଲେଜ ଛକ ଓ କାଣ୍ଡବା ସାଳନ୍ଦୀ ସେତୁ ଉପରେ ସଂଖ୍ୟାଧିକ ଗୋରୁ ଗାଈମାନେ ଦିନରାତି ଆଡ୍ଡା ଜମାଉଥିବାରୁ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହେବା ସହ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି । ଗୋରୁ ଗାଈମାନେ ରାସ୍ତା ଅବରୋଧ କରି ଠିଆ ହେଉଥିବାରୁ ବାଇକ୍ ଧକ୍କା ହୋଇ ଆରୋହୀମାନେ କ୍ଷତ ବିକ୍ଷତ ହେବା ସହ ୪ ଚକିଆ ଯାନ ଧକ୍କାରେ ଗୋରୁ ଗାଈମାନେ ଆହତ ହେଉଛନ୍ତି । ଆମ୍ବୁଲାନସ ଓ ଦମକଳ ପରି ଅତି ଜରୁରୀ ଗାଡ଼ି ଗୁଡ଼ିକ ଏହି ଗୋରୁ ଗାଈଙ୍କ ରାସ୍ତା ଅବରୋଧ କରି ରହିବା ଫଳରେ ଯାଆଆସ କରିବାରେ ଅହେତୁକ ବିଳମ୍ବ ଘଟୁଛି । ଯେତେ ହର୍ଣ୍ଣ ବଜାଇଲେ ସୁଦ୍ଧା ସେମାନେ ରାସ୍ତାରୁ ଘୁଂଚିବା କାଠିକର ପାଠ ହୋଇ ପଡ଼ୁଛି । ମାଲିକମାନେ ଗୋରୁଗାଈମାନଙ୍କୁ ଗୁହାଳରେ ନ ବାନ୍ଧି ବେପରୁୱା ଢଙ୍ଗରେ ଏମାନଙ୍କୁ ଛାଡ଼ି ଦେଉଛନ୍ତି । ଏଥିଯୋଗୁଁ ଦୁର୍ଘଟଣାମାନ ଘଟୁଥିଲେ ସୁଦ୍ଧା ସେଥିପ୍ରତି ତାଙ୍କର କୈାଣସି ନିଘା ରହୁନାହିଁ । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୁୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.