Home ଜିଲ୍ଲା ପରିକ୍ରମା ସାଳନ୍ଦୀ ନଦୀ ସାଜିଛି ସୋସୋ ଗ୍ରାମବାସୀଙ୍କ ପାଇଁ ବାଧକ, ବ୍ରାହ୍ମଣ ସାହି ନଦୀ ଘାଟରେ ବିଜୁ...

ସାଳନ୍ଦୀ ନଦୀ ସାଜିଛି ସୋସୋ ଗ୍ରାମବାସୀଙ୍କ ପାଇଁ ବାଧକ, ବ୍ରାହ୍ମଣ ସାହି ନଦୀ ଘାଟରେ ବିଜୁ ସେତୁ ନିର୍ମାଣ ଦାବୀ

20

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନସାଧାରଣଙ୍କ ଗମନାଗମନକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ସେତୁ ନିର୍ମାଣ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ କେତେକ ସ୍ଥାନରେ ରାଜନେତା ଓ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁ ଲୋକେ ବର୍ଷ ବର୍ଷ ଧରି ହଇରାଣ ହରକତ ଭୋଗି ଆସୁଥିବା ଘଟଣା ଦେଖିବାକୁ ମିଳିଛି ଏହି ବ୍ଲକ ସନ୍ନିକଟ ସୋସୋ ପଞ୍ଚାୟତରେ । ଏଥିସହ କେ.ବାଲିପାଳ,ପଢିଆରିପଲ୍ଲୀ,ବାଙ୍ଗୋର,ବାଲିବରେଇ,ଧନୁର୍ଜୟପୁର ପଞ୍ଚାୟତର ଲୋକେ ଯା ଆସରେ ସମଦଶା ଭୋଗୁଛନ୍ତି । ଏଠାକାର ଏକ ମାତ୍ର ସାଳନ୍ଦୀ ନଦୀ ବିଦ୍ୟାଧରପୁର ବ୍ୟାରେଜରୁ ବାହାରି ହାଟଡିହି,ବନ୍ତ ଓ ଭଦ୍ରକ ବ୍ଲକ ହୋଇ ବୋହି ଯାଇଛି । ତେବେ ଏହି ନଦୀ ବିଶେଷ କରି ସୋସୋ ଗ୍ରାମବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପ୍ରକାଶ ଯେ ସାଳନ୍ଦୀ ନଦୀ ସୋସୋ ରାଜସ୍ୱଗ୍ରାମ ଦେଇ ପ୍ରଭାହିତ ହେଉଛି । ଏହି ନଦୀର ଦକ୍ଷିଣ ପାଶ୍ୱର୍ରେ ଜନବସତି ଥିବା ବେଳେ ଉତ୍ତର ପାଶ୍ୱର୍ରେ ପର୍ଯ୍ୟାପ୍ତ ପରିମାଣରେ ଚାଷ ଜମି ସାଙ୍ଗକୁ ସରକାରୀ ଓ ବେସରକାରୀ ଜମି ରହିଛି । ଏହି ଗ୍ରାମର ଉଭୟ ପାଶ୍ୱର୍ ମଧ୍ୟସ୍ଥଳୀରେ ନଦୀ ପ୍ରଭାବିତ ହେଉଥିବାରୁ ବିଶେଷ କରି ବର୍ଷା ଦିନେ ଲୋକେ ନାହିଁ ନଥିବା ପରିସ୍ଥିତିରେ ସମ୍ମୁଖୀନ ହେଉଛନ୍ତି ।

ସୋସୋ ପଞ୍ଚାୟତର ୨ନମ୍ବର ୱାର୍ଡ ବାସୀ ନଦୀର ଅପରପାଶ୍ୱର୍ରେ ବସବାସ କରୁଥିବାରୁ ରେସନ ହେଉ ବା ଭତ୍ତା ପାଇଁ ନଦୀ ପାର ହୋଇ ସାମଗ୍ରୀ ଆଣିବାକୁ ଅସୁବିଧା ଭୋଗ କରିଥାନ୍ତି । ବିଶେଷ କରି ବର୍ଷା ଦିନେ ନଦୀର ପାଣି ବଢିଲେ ସେମାନଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଥାଏ । ସୋସୋ ଠାରେ ଡାକ୍ତରଖାନା,ବ୍ୟାଙ୍କ,ସ୍କୁଲ,କଲେଜ ଥିବାରୁ ଉପରୋକ୍ତ ଅନ୍ୟାନ୍ୟ ପଞ୍ଚାୟତବାସୀ ଏଠାକୁ ଦୈନଦିନ କାର୍ଯ୍ୟ ପାଇଁ ଆସିଥାନ୍ତି । ସଂପୃକ୍ତ ଅଞ୍ଚଳର ଅନତୀ ଦୂରରେ ନିର୍ମାଣ ହୋଇଥିବା ୨ଟି ସେତୁ ଥିଲେ ସୁଦ୍ଧା ଲୋକେ ୩/୪ କି.ମି ଅଧିକ ରାସ୍ତାରେ ଗନ୍ତବ୍ୟ ସ୍ଥାନକୁ ଯା ଆସ କରୁଛନ୍ତି । ଅନ୍ୟପକ୍ଷରେ ଅଞ୍ଚଳବାସୀ ୭/୮ କି.ମି ଅଧିକ ରାସ୍ତା ପାରି ହୋଇ ଚାଷ କାର୍ଯ୍ୟ କରିବାକୁ କୁଣ୍ଠାବୋଧ କରୁଛନ୍ତି । ଯଦି ସୋସୋ ସ୍ଥିତ ବ୍ରାହ୍ମଣ ସାହି ଘାଟରେ ନୂତନ ଭାବେ ସେତୁ ନିର୍ମାଣ ହୋଇପାରନ୍ତା,ତେବେ ଉତ୍ତର ପାଶ୍ୱର୍ରେ ଥିବା ପ୍ରାୟ ଶହ ଶହଏକର ଜମିରେ ଜନବସତି ସୃଷ୍ଟି ହେବା ସହ ଅଦରକାରୀ ହୋଇ ପଡି ରହିଥିବା ଜମି ଗୁଡିକ ଉପଯୋଗୀ ହୋଇପାରନ୍ତା । ଉପରୋକ୍ତ ସମସ୍ୟା ନେଇ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ,୫ଟି ସଚିବ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଲିଖିତ ଅବଗତ କରାଇଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ରବିନ୍ଦ୍ର କୁମାର ରାଉତ,ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ,ଶରତ କୁମାର ରାଉତ,ସରପଞ୍ଚ ରାଜ କୁମାର ଦାଶ,ରମାକାନ୍ତ ସିଂହ,ବିନୋଦ ବିହାରୀ ସିଂହ,ନାରାୟଣ ଚନ୍ଦ୍ର ରାଉତ,ଦେବେନ୍ଦ୍ର ପ୍ରଧାନ,ଭୀମସେନ ବେହେରା,ରମେଶ ରଣା,ଦିନବନ୍ଧୁ ପହୀ,ରଙ୍ଗାଧର ସିଂହ ପ୍ରମୁଖ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.