Home ଜିଲ୍ଲା ପରିକ୍ରମା ବାଳକୃଷ୍ଣ ସଂସ୍କୃତ ମହାବିଦ୍ୟାଳକୁ ରାସ୍ତା ନାହିଁ

ବାଳକୃଷ୍ଣ ସଂସ୍କୃତ ମହାବିଦ୍ୟାଳକୁ ରାସ୍ତା ନାହିଁ

26

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଅଢାଳପଙ୍କ ଠାରେ ୧୯୯୫ମସିହାରେ ସ୍ଥାପିତ ହୋଇଥିବା ବାଳକୃଷ୍ଣ ଦାସଶର୍ମା ସଂସ୍କୃତ ମହାବିଦ୍ୟାଳୟକୁ ଭଲ ରାସ୍ତା ଟିଏ ନାହିଁ । ଫଳରେ ଏଠାରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ଯିବା ଆସିବାରେ ଅସୁବିଧା ଭୋଗ କରୁଛନ୍ତି । ବନ୍ତ ଆଗରପଡ଼ା ପୂର୍ତ୍ତ ବିଭାଗ ରାସ୍ତାର ମଧ୍ୟ ସ୍ଥଳରେ ଅଢାଳପଙ୍କ ସଂସ୍କୃତ ମହାବିଦ୍ୟାଳୟ ଅବସ୍ଥିତ । ଏହି ମହାବିଦ୍ୟାଳୟରେ ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ଖୋଲିଥିବା ବେଳେ ୨ଶହ ୫୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ତେବେ ପୂର୍ତ୍ତ ବିଭାଗ ରାସ୍ତାରୁ ମହାବିଦ୍ୟାଳୟକୁ ଯାଇଥିବା ଅଣ ଓସାରିଆ କଚା ରାସ୍ତାରେ ଛାତ୍ର ଛାତ୍ରୀ ମାନେ ଭଲରେ ଯାଇ ପାରୁନାହାନ୍ତି । ଅଣ ଓସାରିଆ ହିଡ ସାଙ୍ଗକୁ ଘାସରେ ପରିପୂର୍ଣ୍ଣ କାଦୁଅ ପଚପଚ ଯୋଗୁ ଶହେ ମିଟର ରାସ୍ତାକୁ ପାଦରେ ଚାଲି ଚାଲି ଯିବା କଷ୍ଟ ସାଧ୍ୟ ଅଟେ । ବିଶେଷ କରି ବର୍ଷା ଦିନରେ ଏହି କଚା ରାସ୍ତାରେ ପଡି ଛାତ୍ର ଛାତ୍ରୀ ମାନେ କାଦୁଅ ସଲପଟ ହୋଇଥାନ୍ତି । ଏହି ମହାବିଦ୍ୟାଳୟକୁ ପ୍ରଥମେ ଏନ୍‌ଆର୍‌ଇଜିଏସ୍ ରେ ମାଟି ପକାଯାଇ ପରବର୍ତ୍ତି ସମୟରେ ପକ୍କା ରାସ୍ତା ଟିଏ ପାଇଁ ବ୍ଲକ ପ୍ରଶାସନକୁ ଲିଖିତ ଅବଗତ କରା ଯାଇଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଇନାହିଁ । ତେଣୁ ଛାତ୍ର ଛାତ୍ରୀଙ୍କ ଗମନା ଗମନକୁ ଦୃଷ୍ଟିରେ ରଖି ପକ୍କା ରାସ୍ତା ଟିଏ ପାଇଁ ଅନୁଦାନ ଯୋଗାଇ ଦେବାକୁ କଲେଜ କତ୍ତୃପକ୍ଷ ନିବେଦନ କରିଛନ୍ତି । ଉପରୋକ୍ତ ସମସ୍ୟାକୁ ନେଇ ବ୍ଲକ ପ୍ରଶାସନ ସହ ଯୋଗା ଯୋଗ କରାଯାଇଥିବା ବେଳେ ଖୁବ୍ ଶୀଘ୍ର ମାଟି ପକାଯାଇ ମେଣ୍ଟାଲ ରାସ୍ତା କରାଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.