Home ଓଡ଼ିଶା ସାଲେପୁର JMFC କୋର୍ଟରେ ହାଜର ହେଲେ ମାହାଙ୍ଗା ଥାନା ଆଇ ଆଇ ସି

ସାଲେପୁର JMFC କୋର୍ଟରେ ହାଜର ହେଲେ ମାହାଙ୍ଗା ଥାନା ଆଇ ଆଇ ସି

69

କଟକ : ୧୦/୧୨ (ଓଡ଼ିଆ ପୁଅ/ ଅଭୟ ଜେନା) କଟକ ଜିଲ୍ଲା ମାହାଙ୍ଗା ର ଚର୍ଚ୍ଚିତ ଡବଲ ମର୍ଡର ଘଟଣାରେ ସାଲେପୁର JMFC କୋର୍ଟ ମାହାଙ୍ଗା ପୋଲିସକୁ ଅପଟୁଡେଟ କେଶ ଡାଏରୀ ଓ CDR ଦଖଲ ପାଇଁ ନିର୍ଦ୍ଦେଶ ଦେବା ଓ ଏହାକୁ ଦଖଲ ପାଇଁ ପୋଲିସ କୋର୍ଟକୁ ଅଧିକ ସମୟ ମାଗିବା ଘଟଣାକୁ ନେଇ ରାଜନୀତି ଯୋର ଧରିଥିଲା।

JMFC କୋର୍ଟର ଆଦେଶ ପୁନଃ ବିଚାର ପାଇଁ ମାହାଙ୍ଗା ଥାନା ଅଧିକାରୀ JMFC ସାଲେପୁର ADJ କୋର୍ଟରେ ଆବେଦନ କରିଥିଲେ। ତେବେ ମାନ୍ୟବର ADJ ଏହାକୁ ଖରାଜ କରିଥିଲେ। ଗତ ଡ଼ିସେମ୍ବର ୪ ତାରିଖ ଦିନ ପୁନଃ ତଦନ୍ତ ରିପୋର୍ଟ ଓ CDR ଦଖଲ ପାଇଁ ବ୍ୟକ୍ତିଗତ ଭାବେ ହାଜିରା ନଦେବାରୁ ଏହି ମାସ ୧୦ ତାରିଖ ସକାଳ ୧୦ଟା ୩୦ ସୁଦ୍ଧା ଏସବୁ ରେକର୍ଡ କୋର୍ଟରେ ଜମା କରିବା ସହ କାହିଁକି ତା’ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆନଯିବ ତାହା ଜଣାଇବା ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ। ଆଜି କୋର୍ଟର ଧାର୍ଯ୍ୟ ସମୟ ୧୦.୩୦ ରେ ମାହାଙ୍ଗା ଥାନାଧିକାରୀ ହାଜର ହେବା ସହ ଆବଶ୍ୟକ CDR ଓ କେସ୍ ଡ଼ାଏରି JMFC, ସାଲେପୁର ଙ୍କ ନିକଟରେ ଦାଖଲ କରିଥିବା ଜଣାପଡିଛି।

କୋର୍ଟରେ ହାଜର ହୋଇ ଫେରୁଥିବା ବେଳେ ଏ ନେଇ ମାହାଙ୍ଗା ଆଇଆଇସିଙ୍କୁ ପଚାରିବାରୁ ସେ ନୋ କମେଟ କହି ଗଣମାଧ୍ୟମ ପ୍ରଶ୍ନକୁ ଏଡ଼ାଇ ଦେଇଥିଲେ।

ମାହାଙ୍ଗା ଡବଲ ମର୍ଡର ମାମଲାର ଅଭିଯୁକ୍ତମାନେ ଜେଲରେ ଥିବାବେଳେ, ଏହି ଘଟଣାରୁ ରାଜନୈତିକ ଫାଇଦା ହାତେଇବାକୁ ବିରୋଧିମାନେ ସ୍ଥାନୀୟ ବିଧାୟକଙ୍କୁ ଯେନତେନ ପ୍ରକାରେ ନିନ୍ଦିତ କରିବାପାଇଁ ପ୍ରୟାସ ଚଳାଇଥିବା ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.