Home Top News ଆଉ ଚାରିମାସ ପାଇଁ ମାଗଣା ଅତିରିକ୍ତ ଚାଉଳ ବିତରଣ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଆଉ ଚାରିମାସ ପାଇଁ ମାଗଣା ଅତିରିକ୍ତ ଚାଉଳ ବିତରଣ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

74

– ଡିସେମ୍ବରରୁ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ମାସକୁ ୫ କେଜି ଅତିରିକ୍ତ ଚାଉଳ ମାଗଣାରେ।
– ଲାଭ ପାଇବେ ୯.୧୫ ଲକ୍ଷ, ରାଜ୍ୟ ରାଜସ୍ୱରୁ ୬୮.୧୩ କୋଟି ଅଧିକ ଖର୍ଚ୍ଚ କରିବ ରାଜ୍ୟ

ଭୁବନେଶ୍ୱର ୧୧-୧୨ (ଓଡ଼ିଆ ପୁଅ) ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମାଗଣାରେ ଅତିରିକ୍ତ ୫ କିଲୋ ଗ୍ରାମ ଚାଉଳ ମାଗଣାରେ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀ କୋଭିଡ -୧୯ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଡିସେମ୍ବର ୨୦୨୧ ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ପାଇବେ।

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୯, ୧୫, ୫୩୨ ସଦସ୍ୟଙ୍କୁ ନେଇ ୨, ୮୮, ୫୨୮ ପରିବାର ଉପକୃତ ହେବେ।

ଏଥିପାଇଁ ମାସକୁ ୪, ୫୭୮ ଟନ୍ ଚାଉଳ ଷ୍ଟେଟ୍ ପୁଲ୍‌ରୁ ୧୮, ୩୧୦.୬୪୦ ଟନ୍ ଚାଉଳ ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟର ନିଜସ୍ୱ ପାଣ୍ଠିରୁ ୬୮.୧୩ କୋଟି ଖର୍ଚ୍ଚ ହେବ

ଏହା ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ହିତାଧିକାରୀଙ୍କ ସହିତ ସମାନ ରହିବା ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନାମ ଲେଖାଇଥିବା ହିତାଧିକାରୀଙ୍କୁ ସୁବିଧା କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.