Home କେନ୍ଦ୍ରାପଡ଼ା ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ବିଶ୍ୱ ମାନବ ଅଧିକାର ଦିବସ ପାଳିତ

ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ବିଶ୍ୱ ମାନବ ଅଧିକାର ଦିବସ ପାଳିତ

117

କେନ୍ଦ୍ରାପଡ଼ା, ୧୦ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ଶୁକ୍ରବାର ବିଶ୍ୱ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରବିନ୍ଦ୍ର କୁମାର ଭଳ ଅଧ୍ୟକ୍ଷତା କରି କହିଥିଲେ ଯେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମାନବର ବିଭିନ୍ନ କ୍ଷେତ୍ରରେ ଅଧିକାର ରହିଛି। ସେହିସବୁ ଅଧିକାରକୁ ହାସଲ କରିବା ପାଇଁ ଜଣଙ୍କର ଦାୟିତ୍ୱ ଥିବାବେଳେ ରାଷ୍ଟ୍ରର ମଧ୍ୟ ସେଥିପ୍ରତି କର୍ତ୍ତବ୍ୟ ରହିଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟାପକ ତିମିରକାନ୍ତ ପରିଜା, କଳିଙ୍ଗ କେଶରୀ ବେହେରା ଓ ରାଜକିଶୋର ମହାନ୍ତି ପ୍ରମୁଖ ଆଇନ ଓ ସମ୍ବିଧାନରେ ଥିବା ମାନବ ଅଧିକାରର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ତର୍କ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ଛାତ୍ର ନିଶିଥ୍ ଚକ୍ରବର୍ତ୍ତୀ, ଦ୍ୱିତୀୟ ସଦାମ ଖାଁ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ର ସୈାରଭ କୁମାର ବାରିକଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଥମ ବର୍ଷର ଛାତ୍ର ସଂଗ୍ରାମ କେଶରୀ ମହାରଣାଙ୍କୁ ଶାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷ ବର୍ଷର ଛାତ୍ର ନିଶିଥ୍ ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.