Home ଓଡ଼ିଶା ସାମ୍ବାଦିକ ମାନଙ୍କ ସ୍ୱାସ୍ଥ୍ୟ ବୀମା ବୃଦ୍ଧି ଓ ପେନସନ୍ ଦାବୀ କଲା ଓୟୁଜେ

ସାମ୍ବାଦିକ ମାନଙ୍କ ସ୍ୱାସ୍ଥ୍ୟ ବୀମା ବୃଦ୍ଧି ଓ ପେନସନ୍ ଦାବୀ କଲା ଓୟୁଜେ

138

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)୧୧/୦୭- କୋଭିଡ୍ କଟକଣା ଯୋଗୁଁ ଓଡିଶା ସାମ୍ବାଦିକ ୟୁନିଅନ୍ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଗୁଗୁଲ୍ ଆପ୍ ରେ ଜୁଲାଇ ୧୧ ତାରିଖ ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ଓୟୁଜେ ସଭାପତି ତଥା ଜାତୀୟ ସାମ୍ବାଦିକ ୟୁନିଅନ୍ ର ମହାସଚିବ ପ୍ରସନ୍ନ ମହାନ୍ତି ଙ୍କ ସଭାପତିତ୍ୱ ରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ଜାତୀୟ ସାମ୍ବାଦିକ ୟୁନିଅନ୍ ର ସଭାପତି ରାସ୍ ବିହାରୀ ଗୁଗୁଲ୍ ଆପ୍ ମାଧ୍ୟମ ରେ ଦିଲ୍ଲୀ ରୁ ଓୟୁଜେ କାର୍ଯ୍ୟକାରିଣୀ ବୈଠକ କୁ ଉଦ୍‌ବୋଧନ କରିଥିଲେ । ଓୟୁଜେ ର ସାଧାରଣ ସମ୍ପାଦକ ଅଶୋକ ନନ୍ଦ ଓୟୁଜେ ର ବିବରଣୀ ଓ ସାମ୍ବାଦିକ ମାନଙ୍କ ର ସମସ୍ୟା ସର୍ମ୍ପକ ରେ ଆଲୋକପାତ କରିଥିଲେ । ସମସ୍ତ ଓୟୁଜେ କର୍ମକର୍ତ୍ତା ଓ ସମସ୍ତ ଜିଲ୍ଲାର ସଭାପତି ଓ ସମ୍ପାଦକ ପ୍ରତିନିଧିତ୍ୱ କରି ନିଜ ନିଜର ମତ୍ତ ବ୍ୟକ୍ତ କରିଥିଲେ ।

ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ରେ ସାମ୍ବାଦିକ ମାନଙ୍କ ପାଇଁ ଥିବା ବୀମା ରାଶି କୁ ୨ ଲକ୍ଷ ରୁ ୫ ଲକ୍ଷ ଟଙ୍କା କୁ ବୃଦ୍ଧି କରିବା ପାଇଁ ଦାବୀ କରାଯାଇଥିଲା । ସମସ୍ତ ସାମ୍ବାଦିକ ମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା କରିବା ପାଇଁ ଦାବୀ କରାଯାଇଥିଲା । ଏଥି ସହ ରେଳଯାତ୍ରା ରିହାତି କୁ ପୁର୍ନବାର ଲାଗୁ କରିବା ପାଇଁ ମଧ୍ୟ ଦାବୀ କରାଯାଇଥିଲା । ଏ ସର୍ମ୍ପକ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଟୁଇଟ୍ ଯୋଗେ ଜଣାଇବା ପାଇଁ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଙ୍କୁ ଅନୁରୋଧ କରାଯାଇଥିଲା । ଚଳିତ ବର୍ଷ ଓଡିଶା ସାମ୍ବାଦିକ ୟୁନିଅନ୍ ର ସୁବର୍ଣ୍ଣ ଜୟନ୍ତି ପାଳନ ପାଇଁ ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.