Home କୋରାପୁଟ ଦଶମନ୍ତପୁରରେ ଜମିଜମା ବିବାଦକୁ ନେଇ  ଗୋଷ୍ଠୀ ସଂଘର୍ଷ ,୨ ମୃତ

ଦଶମନ୍ତପୁରରେ ଜମିଜମା ବିବାଦକୁ ନେଇ  ଗୋଷ୍ଠୀ ସଂଘର୍ଷ ,୨ ମୃତ

44

କୋରାପୁଟ୧୧-୦୭(ଓଡିଆ ପୁଅ/ରଂଜନ ଦାସ)  କୋରାପୁଟ ଜିଲ୍ଲାର ଦଶମନ୍ତପୁର ଥାନା ଅନ୍ତର୍ଗତ ହାତୀମୁଣ୍ଡା ଗ୍ରାମରେ ଜମି ବିବାଦକୁ ନେଇ  ଶନିବାର ରାତିରେ ସମ୍ପର୍କୀୟ ଭାଇମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବାବେଳେ ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ହାତୀମୁଣ୍ଡା ଗ୍ରାମର ଧନପତି ଯାନୀ(୩୫),ସହଦେବ ଯାନୀ(୪୫),ଧନେଶ୍ୱର ଯାନୀ(୫୦),ଦିବା ପରଜା,ରାଜୁ ଜାନୀ,ମନୋହର ଜ।।ନୀ,ଅଂଗରା ଜାନୀ, ଓ ଛେଣ୍ଡିଆ ଯାନୀଙ୍କ ମଧ୍ୟରେ ଜମିଜମା ବିବାଦକୁ ନେଇ ସଂଘର୍ଷ ହୋଇଥିଲା । ପରସ୍ପର ଆକ୍ରମଣ ପ୍ରତିଆକ୍ରମଣରେ ଘଟଣା ସ୍ଥଳରେ ଧନପତି ଓ ସହଦେବଙ୍କର ମୃତ୍ୟୁ ହୋଇଥିଲା । କୌଣସି ସୂତ୍ରରୁ ଖବର ପାଇ ଦଶମନ୍ତପୁର ଥାନା ଅଧିକାରୀ ବିଜୟ ରାଜ ମାଝି ସଦଳବଳେ ଘଟଣା ସ୍ଥଳରେ ପହଂଚି ପରିସ୍ଥିତିକୁ ଆୟତ କରିବା ସହ ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ଦଶମନ୍ତପର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେନାପତି ଜାନୀ ଓ ଧନେଶ୍ୱର ଜାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଜିଲା ପୋଲିସ ମୁଖ୍ୟାଳୟର ଡିଏସପି ନିରଂଜନ ବେହେରା ଓ ଥାନା ଅଧିକାରୀ ବିଜୟ ରାଜ ମାଝି ରବିବାର ସକାଳେ ପୁନର୍ବାର ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଥିବାବେଳେ ୨ଜଣକୁ ଅଟକ ରଖି ପୋଲିସ ଜେରା କରୁଥିବା ଥାନା ଅଧିକାରୀ ପ୍ରକାଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.