Home କୋରାପୁଟ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସ୍ଥିରତା ପକ୍ଷ ପାଳନ ନିମନ୍ତେ କୋରାପୁଟଠାରେ ସାମ୍ବାଦିକ ସମ୍ମିଳନୀ

ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସ୍ଥିରତା ପକ୍ଷ ପାଳନ ନିମନ୍ତେ କୋରାପୁଟଠାରେ ସାମ୍ବାଦିକ ସମ୍ମିଳନୀ

38

କୋରାପୁଟ ୧୧-୦୭(ଓଡିଆ ପୁଅ /ରଂଜନ ଦାସ)ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସ୍ଥିରତା ପକ୍ଷ ପାଳନ ନିମନ୍ତେ କୋରାପୁଟଠାରେ ଏକ ସାମ୍ବଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ମୁଖ୍ୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରାଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।କୋରାପୁଟ ଜିଲ୍ଲାରେ ଜୁଲାଇ ମାସ ୧୧ ତାରିଖରୁ ୨୪ ତାରିଖ  ପର୍ଯ୍ୟନ୍ତ ସ୍ଥିରତା ପକ୍ଷ ପାଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।କୋରାପୁଟ ଓ ଜୟପୁର ଠାରେ କ୍ୟାମ୍ପ କରାଯାଇ ମହିଳା ଓ ପୁରୁଷଙ୍କ ବନ୍ଧ୍ୟାକରଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।ଜିଲ୍ଲାର ବ୍ଲକ ସ୍ତରରେ ଜନସଂଖ୍ୟା ନିୟନ୍ତ୍ରଣ ନିମନ୍ତେ ମହିଳା ଓ ପୁରୁଷମାନଙ୍କୁ ସଚେତନତା  ରଥ ମାଧ୍ୟମରେ ସଚେତନତା  କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ହୋଡିଂ, ବ୍ୟାନର ଓ ପୋଷ୍ଟର ଇତ୍ୟାଦି ମାଧ୍ୟମରେ ମଦ୍ୟ ସଚେତନତା କରାଯାଉଥିବା ସେ ସୂଚନା ଦେଇଛନ୍ତି ।ଚଳିତ ବର୍ଷ  ୮୧୦ ଜଣ ମହିଳାଙ୍କୁ ବନ୍ଧ୍ୟାକରଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ୧୭୦ ଜଣ ପୁରୁଷଙ୍କୁ ବନ୍ଧ୍ୟାକରଣ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ସେ ପ୍ରକାଶ କରିଛନ୍ତି । ଅସ୍ଥାୟୀ ଗର୍ଭ ନିରୋଧକ ନିରୋଧ ୫୮୮୦୦ . ଓରାଲ ପିଲସ ୫୦୨୮ ,କପର ଟି ୧୨୪୫ ଓ ଅନ୍ତରା ଇଂଜେକସନ ୫୩୦ ଜଣଙ୍କୁ ପ୍ରଦାନ କରାଯିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ସେ ପ୍ରକାଶ କରିଛନ୍ତି ।ଗତବର୍ଷ କୋଭିଡ ମହାମାରୀ ଥିବା ସତ୍ୱେ ୩୭୩୫ ଜଣ ମହିଳାଙ୍କ ବନ୍ଧ୍ୟାକରଣ କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି ।ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ଡିପିଏମ ଶୁଭକାନ୍ତ ଗନ୍ତାୟତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.