Home ଜିଲ୍ଲା ପରିକ୍ରମା ସାମ୍ବାଦିକ ତପନ ସ୍ୱାଇଁଙ୍କ ମାତୃ ବିୟୋଗ

ସାମ୍ବାଦିକ ତପନ ସ୍ୱାଇଁଙ୍କ ମାତୃ ବିୟୋଗ

30

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିଉଜ ୧୮ର ବରିଷ୍ଠ ଜିଲ୍ଳା ପ୍ରତିନିଧି ତପନ ସ୍ୱାଇଁଙ୍କ ମାତା ତଥା ଅବସରପ୍ରାପ୍ତ ଜଳସେଚନ ବିଭାର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ବିତ୍ତ ଅଧିକାରୀ ସ୍ୱର୍ଗତ ରତ୍ନାକର ସ୍ୱାଇଁଙ୍କ ପତ୍ନୀ ନୀରଦପ୍ରଭା ସ୍ୱାଇଁ (୭୮)ଙ୍କର ଆଜି ପରଲୋକ ହୋଇ ଯାଇଛି। ଶ୍ରୀମତୀ ସ୍ୱାଇଁ ଗତ କିଛି ଦିନ ଧରି ରୋଗଗ୍ରସ୍ତ ହେବା ପରେ ତାଙ୍କ ପ୍ରଥମେ ଭଦ୍ରକ, ପରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ। ମାତ୍ର ଆଜି ହଠାତ୍ ପୁଣି ଅସୁସ୍ଥ ହେବା ପରେ ପରେ ହୃଦ୍‌ଘାତରେ ଅପରାହ୍ଣ ୩ଟା ୪୫ରେ ତାଙ୍କ ପ୍ରାଣବାୟୁ ଚାଲି ଯାଇଥିଲା। ଖବର ପାଇ ବରିଷ୍ଠ ସାମ୍ବାଦିକ ପ୍ରତାପ ଦାସ, ତପନ ମିଶ୍ର, ଡ. ହରିହର ନାୟକ, ପ୍ରିୟଦର୍ଶନ ବୋଇତି, ଅବିନାଶ ପଣ୍ଡା, ପାର୍ଥସାରଥି ନାୟକ, ଅଜୟ ପଣ୍ଡା, ଶିବାନନ୍ଦ ଦାସ, ନରେନ୍ଦ୍ର ସାମଲ, ଦିପ୍ତୀରଂଜନ ସାହୁ, ନାରାୟଣ ବାରିକ, ସମାଜସେବୀ ଜଗନ୍ନାଥ ରାଉତ, ଓଷ୍ଟା ରାଜ୍ୟ ସମ୍ପାଦକ ଅକ୍ଷୟ ହୋତା, ଭଦ୍ରକ ଜିଲ୍ଳା ସମ୍ପାଦକ ପ୍ରଦିପ୍ତ ଦାସ, ବାପି ପଣ୍ଡା ପ୍ରମୁଖ ଉଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମରଶରୀରକୁ ଭଦ୍ରକ ଅପର୍ତ୍ତିବିନ୍ଧା ନିଉ କଲେନୀ ସ୍ଥିତ ଭଡା ଗୃହରୁ ନିଜ ଘର ଧୁଷୁରୀ ନରସିଂହପୁର ଗ୍ରାମକୁ ନିଆଯାଇଥିଲା। ସେଠାରେ ଓୟୁଜେ ରାଜ୍ୟ ଉପସଭାପତି କିଶାନ ରାଉତ, ସାମ୍ବାଦିକ ଦୀନବନ୍ଧୁ ଦାସ, କୈଳାସ ସାହୁ, ଧୁଷୁରୀ ସେବା ସମବାୟ ସମିତି ସଭାପତି ସନ୍ଦିପ ଶଙ୍କର ସ୍ୱାଇଁ, ନିଶିକାନ୍ତ ସ୍ୱାଇଁ, ପ୍ରମୁଖ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଅନ୍ୟପକ୍ଷରେ ଭଦ୍ରକ ବିଧାୟକ ସଂଜିବ ମଲ୍ଳିକ, ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ସଭାପତି ଅଜୟ ନାୟକ, ବିଜେପି ଭଣ୍ଡାରିପୋଖରୀ ନେତା ବଦ୍ରିନାରାୟଣ ଧଳ ପ୍ରମୁଖ ବାର୍ତ୍ତା ଯୋଗେ ଶୋକ ପ୍ରକଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.