Home ଜିଲ୍ଲା ପରିକ୍ରମା ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ନୌଚାଳନା ପ୍ରତି ଯୋଗୀତା

ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ନୌଚାଳନା ପ୍ରତି ଯୋଗୀତା

197

ମାଲକାନଗିରି,୬ା୨(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାର ଲୋକ ଉତ୍ସବ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ,ଏହି ଉତ୍ସବ ଉପଲକ୍ଷେ ଆଜି ଅପରାହ୍ନରେ ସତିଗୁଡା ଜଳଭଣ୍ଡାର ରେ ନୌଚାଳନା ପ୍ରତି ଯୋଗୀତା ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ଆଦିତ୍ୟମାଢି,ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଗୁଣନିଧିନାୟକ,ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ ମିଶ୍ର,ବ୍ଲକଚେୟାରମେନ ଅକ୍ଷୟ ନାୟକ ଯୋଗଦେଇ ଜଳଭଣ୍ଡାର ମଧ୍ୟରେ ଆୟୋଜିତ ନୌଚାଳନା ପ୍ରତି ଯୋଗୀତାକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି ପ୍ରତିଯୋଗୀତାରେ ୩୬ଜଣ ମତ୍ସଜୀବୀ ଭାଗନେଇଥିଲେ । ୯ଟି ଡଙ୍ଗାରେ ୪ଜଣ ଲେଖା ମୋଟ ୩୬ଜଣ ପ୍ରତି ଯୋଗୀ ଜଳଭଣ୍ଡାର ମଧ୍ୟରେ ନୌଚାଳନା କରିଥିଲେ । ଏହି ନୌଚାଳନା ପ୍ରତିଯୋଗୀତାରେ ଚମ୍ପାଖାରୀ ଗ୍ରାମର ମତ୍ସଜୀବୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମନୁସା ଗ୍ରାମର ଦ୍ୱିତୀୟ ସ୍ଥାନ ଶୋରିଷମାଳ ଗ୍ରାମର ମତ୍ସଜୀବୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତି ଯୋଗତା ସରିବାପରେ ଅପରାହ୍ନରେ ବନବିଭାଗ ଇକୋ ପାର୍କ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା , ପ୍ରତିଯୋଗୀତା ରେ କୃତିତ୍ୱ ହାସଲକରିଥିବା ସମସ୍ତ ମତ୍ସଜୀବୀଙ୍କୁ ଧନ୍ୟବାଦ ଜଣାଇ ମାଲ୍ୟବନ୍ତ ଉତ୍ସବ ମଣ୍ଡପରେ ପୁରସ୍କୃତ କରାଯ ିବ ବୋଲି ଅତିଥିମାନେ କହିଥିଲେ । ସୁଦୂର ପ୍ରସାରୀ ସତିଗୁଡା ଜଳଭଣ୍ଡାର ମଧ୍ୟରେ ସୁସଜିତ ୯ଟି ନୌକା ରେ ୩୬ଜଣ ପ୍ରତିଯୋଗୀ ଏକାସଙ୍ଗେ ନୌବିହାର କରିବାର ଦୃଶ୍ୟକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଜଳଭଣ୍ଡାର ନିକଟରେ ଠିଆ ହୋଇ ଉପଭୋଗ କରିଥିଲେ । ଶାନ୍ତିସୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.