Home ଜିଲ୍ଲା ପରିକ୍ରମା ସାମ୍ବାଦିକଙ୍କ ସମସ୍ୟା ଓ ସୁରକ୍ଷା ପାଇଁ କାର୍ଯ୍ୟ କରିବ ୟୁପିଜେଏ

ସାମ୍ବାଦିକଙ୍କ ସମସ୍ୟା ଓ ସୁରକ୍ଷା ପାଇଁ କାର୍ଯ୍ୟ କରିବ ୟୁପିଜେଏ

98

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମ୍ବାଦିକମାନଙ୍କ ସମସ୍ୟାକୁ ସରକାର ଓ ପ୍ରଶାସନ ପାଖରେ ଉପସ୍ଥାପନ କରିବା ସହ ସେମାନଙ୍କ ସୁରକ୍ଷା ପାଇଁ ଏକ ନୂଆ ସାମ୍ବାଦିକ ସଂଘ ଗଠନ କରାଯାଇଛି । କେବଳ ସେତିକି ନୁହେଁ ଜିଲ୍ଳାର ସାମଗ୍ରିକ ଉନ୍ନତି ଦିଗରେ କାମ କରିବା ସହ ଜହିତକର କାର୍ଯ୍ୟ କରିବାକୁ ସଂଘ ଲକ୍ଷ୍ୟଧାର୍ଯ୍ୟ କରିଛି । ତେଣୁ ଏହି ଉପଲକ୍ଷେ ସାଳନ୍ଦୀ ଜଳସେଚନ ଡାକବଙ୍ଗଳା ଠାରେ ସାମ୍ବାଦିକ ନରେନ୍ଦ୍ର ସାମଲଙ୍କ ଆବାହକତ୍ୱରେ ଏକ ବୈଠକ ବସିଥିଲା । ଏଥିରେ ସର୍ବ ସମ୍ମତ ନିଷ୍ପତିକ୍ରମେ ‘ୟୁନାଇଟେଡ ପ୍ରୋଗ୍ରେସିଭ୍ ଜର୍ଣ୍ଣାଲିଷ୍ଟ ଆସୋସିଏସନ’ (ୟୁପିଜେଏ) ନାମକ ଏକ ନୂଆ ସଂଗଠନ ଭଦ୍ରକ ଜିଲ୍ଲାର କାର୍ଯ୍ୟରତ ଜିଲ୍ଲାସ୍ତରୀୟ ସାମ୍ବାଦିକମାନଙ୍କୁ ନେଇ ଗଠନ ହୋଇଛି । ଏଥିରେ ଉଭୟ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡିଆର କାର୍ଯ୍ୟରତ ସାମ୍ବାଦିକମାନେ ରହିଛନ୍ତି । ଭଦ୍ରକ ଏକ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପାଇବାର ୨୬ ବର୍ଷ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ସଦର ମହକୁମାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଗୋଟିଏ ପ୍ରେସ୍‌ରୁମ୍ ନାହିଁ । ଫଳରେ ସାମ୍ବାଦିକମାନେ ବିଭିନ୍ନ ସମୟରେ ଏେଣେତେଣେ ବସି ବୈଠକ କରିବାକୁ ବାଧ୍ୟ ହେଉଛନ୍ତି । ଏପରିକି ସରକାର ଓ ପ୍ରଶାସନର ସମସ୍ତ କାର୍ଯ୍ୟ ଓ ଯୋଜନାକୁ ଲୋକଙ୍କୁ ଜଣାଇବାକୁ ଅବହେଳା ଆଜି ପର୍ଯ୍ୟନ୍ତ କରି ନାହାନ୍ତି । କିନ୍ତୁ ଅନ୍ୟାନ୍ୟ ଜିଲ୍ଲାରେ ଜିଲ୍ଲା ସଦର ମହକୁମା ସାମ୍ବାଦିକମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ କେଉଁଠି ସୂଚନା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ପାଖରେ ତ କେଉଁଠି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଘର ସାମ୍ବାଦିକମାନଙ୍କ ପାଇଁ ଯୋଗାଇ ଦିଆ ଯାଇଛି । କିନ୍ତୁ ଭଦ୍ରକ ଜିଲ୍ଲାରେ ତାହା ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ । ଏପରିକି ର୍ପୂବତନ ଜିଲା୍ଲପାଳ ଲକ୍ଷ୍ମୀନାରାୟଣ ମିଶ୍ର ସାମ୍ବାଦିକମାନଙ୍କ ସମସ୍ୟାକୁ ଦେଖି ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଘର ଦେବାକୁ ଆଦେଶନାମା କରିଥିଲେ ।

 

କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ନ ଥିବାରୁ ସାମ୍ବାଦିକମାନେ କ୍ଷୋଭ ପ୍ରକାଶ କରିଥିଲେ । ତେଣୁ ଏବର ଜିଲ୍ଲାପାଳ ଡ. ଜ୍ଞାନ ଦାସ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ନୂଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସାମ୍ବାଦିକମାନଙ୍କ ପାଇଁ ଏକ ଘର ଯୋଗାଇ ଦେବାକୁ ସର୍ବ ସମ୍ମତ ଭାବେ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ଏ ସମ୍ପର୍କରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଭାବେ ଜଣାଇବାକୁ ସ୍ଥିର କରାଯାଇଛି । ପରବର୍ତ୍ତୀ ବୈଠକରେ କର୍ମକର୍ତ୍ତା ନିର୍ବାଚନ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବାକୁ ସ୍ଥିର ହୋଇଛି । ଏହି ବୈଠକରେ ସାମ୍ବାଦିକ ଭଜଗୋବିନ୍ଦ ଜେନା, ପ୍ରମୋଦ ରାୟ, ଅତିଶ ବେହେରା, ଶ୍ରୀକାନ୍ତ ତ୍ରିପାଠୀ, ତପନ କୁମାର ମିଶ୍ର, ଶୈଳେନ୍ଦ୍ର ପଲେଇ, ତପନ ସ୍ୱାଇଁ, ଉମାକଲ୍ୟାଣ ମହାପାତ୍ର, ଶାନ୍ତନୁ ପଣ୍ଡା, ଜ୍ଞାନ ପ୍ରକାଶ ପାଣି,ପାର୍ଥସାରଥୀ ନାୟକ, ଦେବାଶିଷ ମହାପାତ୍ର, ଜଗବନ୍ଧୁ ବେହେରା, ବିଭୁ ପ୍ରସାଦ ବେହେରା, ପ୍ରିୟଦର୍ଶନ ବୋଇତି, ଅବିନାଶ ପଣ୍ଡା, ଶିବାନନ୍ଦ ଦାସ, ସୌମ୍ୟ ରଂଜନ ପାଢୀ, ଅଜୟ ପଣ୍ଡା, ରାଜେଶ ଦାସ, ନାରାୟଣ ବାରିକ, ରମେଶ ପାଗଳ, ଚିନ୍ମୟ ମାଝୀ, ଦିପ୍ତୀ ରଂଜନ ସାହୁ, ଲାଲା ପ୍ରମୋଦ ରାୟ, ପ୍ରମୁଖ ଯୋଗ ଦେଇଥିଲେ । ଯେଉଁ ସାମ୍ବାଦିକମାନେ ଉକ୍ତ ବୈଠକରେ ଯୋଗ ଦେଇ ପାରି ନଥିଲେ, ସେମାନେ ପରବର୍ତ୍ତୀ ବୈଠକରେ ଯୋଗଦେବେ ବୋଲି ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.