Home ଜିଲ୍ଲା ପରିକ୍ରମା ଭଦ୍ରକ : ବଙ୍କସ୍କୁଲ ନିକଟ ଓ ଚରମ୍ପାରୁ ଚୋରା ବିଦେଶୀ ମଦ ଜବତ, ୨ ଗିରଫ

ଭଦ୍ରକ : ବଙ୍କସ୍କୁଲ ନିକଟ ଓ ଚରମ୍ପାରୁ ଚୋରା ବିଦେଶୀ ମଦ ଜବତ, ୨ ଗିରଫ

72

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଟାଉନ୍ ପୁଲିସ୍ ଦ୍ୱାରା ବଙ୍କ ସ୍କୁଲ ନିକଟରୁ ଚୋରା ବିଦେଶୀ ମଦ ଜବତ ହୋଇଛି । ବିଶେଷ ସୂତ୍ରରୁ ଖବର ପାଇ ଟାଉନ୍ ଥାନାଧିକାରୀ ଚନ୍ଦନ ଘଡେଇଙ୍କ ନିର୍ଦ୍ଦେଶରେ ଏକ ଟିମ୍ ବେଆଇନ୍ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ସମୟରେ ଚଢାଉ କରି ଚୋରା ବିଦେଶୀ ମଦ ଜବତ କରିବା ସହ ରଣଜିତ୍ ସାହୁଙ୍କୁ ଗିରଫ କରିଛି । ଅନୁରୂପ ପୁଣି ଚରମ୍ପା ଅଂଚଳରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ ହୋଇଛି । ଏଥିରେ ସଂପୃକ୍ତ ଜଣେ ଗିରଫ । ଚରମ୍ପା ଅଂଚଳରେ ଦିନକୁ ଦିନ ଚୋରା ମଦ ବେପାର ବଢିବାରେ ଲାଗିଛି । ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଁ ଚରମ୍ପା ଅଂଚଳରେ ଚଢାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିବା ସହିତ ଚୋରା ମଦ ବିକ୍ରି କରୁଥିବା ପ୍ରଦୀପ ବେହେରା ଓରଫ ମୋହନକୁ ପୁଲିସ୍ ଗିରଫ କରିଛି । ଭଦ୍ରକରେ ଲକଡାଉନ୍‌ର ସୁଯୋଗ ନେଇ ବହୁ ଚୋରା ମଦ କାରବାର ଜୋରରେ ଚାଲିଥିବାର ଜଣାପଡିଛି । ବିଶେଷକରି ଚରମ୍ପା ଅଂଚଳର ଚୋରାରେ ମଦ କାରବାର ଚାଲିଥିବାର ସୂଚନା ଦେଇଛି ପୁଲିସ୍ । ଭଦ୍ରକ ଟାଉନ୍ ପୁଲିସ୍ ଗତ କିଛିଦିନ ହେବ ଏହି ମଦ କାରବାର ଧରପଗଡ ଜାରି ରଖିଥିବାରୁ ଚୋରା ମଦ ବେପାରୀଙ୍କର ନିଦ ହଜିଯାଇଛି । ତେବେ ଟାଉନ୍ ପୁଲିସ୍‌ର ବାରମ୍ବାର ଚଢାଉ ପରେ ବେଆଇନ୍ ଚୋରା ମଦ ବେପାରୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.