Home ଜିଲ୍ଲା ପରିକ୍ରମା ଭଦ୍ରକରେ କାର୍ଗିଲ ବିଜୟ ଦିବସ ପାଳିତ

ଭଦ୍ରକରେ କାର୍ଗିଲ ବିଜୟ ଦିବସ ପାଳିତ

225

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଆମ ଦେଶର ୨୧ ତମ କାର୍ଗିଲ ବିଜୟ ଦିବସ ବିଭିନ୍ନ ସ୍ଥାନରେ କରୋନା ଜନିତ କଟକଣାକୁ ଆଖି ଆଗରେ ସାମାଜିକ ଦୂରତ୍ୱା ବଜାୟ ରଖାଯାଇ ପାଳିତ ହୋଇଛି । ଭଦ୍ରକରେ ମଧ୍ୟ ଏହି ଦିବସ ଆଜି ସହରର ସହୀଦ ସ୍ମୃତି ଭବନ ସମ୍ମୁଖସ୍ଥ ଟ୍ରାଫିକ୍ ଛକ ଠାରେ ଭଦ୍ରକ ସୋସିଆଲ ସର୍ଭିସ୍ (ବିଏସ୍‌ଏସ୍‌) ପକ୍ଷରୁ ପାଳିତ ହୋଇଛି । ପ୍ରାରମ୍ଭରେ ଶହୀଦମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ସହିତ ଭଦ୍ରକ ପୋଷ୍ଟ ଅଫିସ୍ ଛକ ନିକଟ ଶିବମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଗିଲର ଏହି ଯୁଦ୍ଧରେ ଶହୀଦ ହୋଇଥିଲେ ଆମ ଦେଶର ବିଭିନ୍ନ ରାଜ୍ୟର ୫ ଶହରୁ ଉର୍ଦ୍ଧ୍ୱ ବୀର ଯବାନ । ମାତୃଭୂମି ପାଇଁ ପ୍ରାଣବଳି ଦେଇଥିବା ଏହି ବୀରଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିଟି ଭାରତୀୟ ଆଜିର ଏହି ଦିବସରେ ସମସ୍ତ ଶହୀଦଙ୍କ ଉଦ୍ଦେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଦେଶପ୍ରେମର ଗାଥା ଶୁଣାଇଆସୁଛି । ଏଠାରେ ସୂଚନାଯୋଗ୍ୟ ଏହି ଶହୀଦଙ୍କ ମଧ୍ୟରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ଉତୁକୁଡା ପଂଚାୟତ ପାଙ୍ଗୁଡା ଗ୍ରାମର ନିରଂଜନ ବେହେରା ଥିଲେ ଅନ୍ୟତମ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.