Home ଜିଲ୍ଲା ପରିକ୍ରମା ସାମ୍ବାଦିକଙ୍କ ପରଲୋକ

ସାମ୍ବାଦିକଙ୍କ ପରଲୋକ

33

ବଲାଙ୍ଗୀର ୫-୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ସାମ୍ବାଦିକ ପ୍ରକାଶ ମହାରଣା ଶୋଚନୀୟ ମୃତ୍ୟୁ ଘଟିଛି। ଶ୍ରୀ ପ୍ରକାଶ ମହାରଣା (୪୫) ଦୀର୍ଘ ବର୍ଷ ଧରି ସମ୍ବାଦ ଖବରକାଗଜ ସହ କନକ ଟିଭିରେ ସାମ୍ବାଦିକତା କରି ଆସୁଥିଲେ। ତାଙ୍କର ଯକୃତ ଜନିତ ସମସ୍ୟା ଲାଗିରହିଥିବା ବେଳେ ଡାକ୍ତର କଟକ ଯିବା ପାଇଁ ପରାମର୍ଶ ଦେଇଥିଲେ। ଆଜି ସେ ଚିକିତ୍ସା ପାଇଁ କଟକ ଯିବାକୁ ଟ୍ରେନରେ ରିଜରଭେସନ ମଧ୍ୟ କରିଥିଲେ। ହେଲେ ସନ୍ଧ୍ୟା ପ୍ରାୟ ୪ ଟାରେ ହଠାତ ଗୁରୁତର ହୋଇ ପଡିବାରୁ ତାଙ୍କୁ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା। ଡ଼ଃ ପ୍ରଦୀପ ନାୟକ ତାଙ୍କର ଚିକିତ୍ସା କରୁଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ସ୍ଥାନୀୟ ଡାକ୍ତରଖାନାରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି। ବରିଷ୍ଟ ସାମ୍ବାଦିକ ତଥା ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.