Home କୋରାପୁଟ କୋଡିଙ୍ଗାମାଳି ଖଣି ସଂଗଠନର ବିଶାଳ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ – ମେତ୍ରୀ କଂପାନୀରେ ନିଯୁକ୍ତ...

କୋଡିଙ୍ଗାମାଳି ଖଣି ସଂଗଠନର ବିଶାଳ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ – ମେତ୍ରୀ କଂପାନୀରେ ନିଯୁକ୍ତ ଶ୍ରମିକମାନଙ୍କୁ ଅଗଣତାନ୍ତ୍ରିକ ଓ ଅନ୍ୟାୟ ଭାବେ ବଦଳି କରିଯାଇଥିବା ଅଭିଯୋଗ

35

କୋରାପୁଟ ୦୫-୦୧ (ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ଲକ୍ଷ୍ମିପୁର ବ୍ଲକ ଅନ୍ତର୍ଗତ କୋଡିଙ୍ଗାମାଳି ଖଣି ସଂଗଠନର କୋରାପୁଟଠାରେ ଏକ ବିଶାଳ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି। ମେତ୍ରୀ କଂପାନୀରେ ନିଯୁକ୍ତ ଶ୍ରମିକମାନଙ୍କୁ ଅଗଣତାନ୍ତ୍ରିକ ଓ ଅନ୍ୟାୟ ଭାବେ ବଦଳି କରାଯାଇଥିବା ପି କେ ମହାନ୍ତି ଅଭିଯୋଗ କରିଛନ୍ତି। ଶ୍ରମିକମାନଙ୍କ ବଦଳି କରାଯାଇଥିବା ନୋଟିସ ବୋର୍ଡରେ ମରାଯାଇଥିବା ବେଳେ ଗତ ୨୨ ତାରିଖରୁ କାର୍ଯ୍ୟବନ୍ଦ କରାଯାଇଥିବା ସେ ପ୍ରକାଶ କରିଥିଲେ। ଅନ୍ୟ ରାଜ୍ୟକୁ ବଦଳି କରାଯାଇଥିବା ସେ ସୂଚନା ଦେଇଛନ୍ତି। ଶ୍ରମିକମାନଙ୍କୁ ନିଯୁକ୍ତି ପତ୍ର ମିଳି ନ ଥିବା ବେଳେ କୋଣସି ବୋନଓ ମିଲୁ ନ ଥିବା ସେ ଅଭିଯୋଗ କରିଥିଲେ। କଂପାନୀ ସର୍ବନିମ୍ନ ମଜୁରୀ ପ୍ରଦାନ କରୁ ନ ଥିବା ଓ ସାମାଜିକ ସୁରକ୍ଷା ନିୟମ ମଧ୍ୟ ପାଳନ କରୁ ନ ଥିବା ସେ ଆହୁରୀ ଅଭିଯୋଗ କରିଥିଲେ। ଏଥିପ୍ରତି ଦୃଷ୍ଟି ଦେଇ ଶ୍ରମିକମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଦାବିପତ୍ର ଗ୍ରହଣ କରିଥିଲେ। ଶୋଭାଯାତ୍ରାରେ ଯୁଧିଷ୍ଠିର ରାଉଳ, ଭାସ୍କର କନ୍ଧପାଣ, ବିକ୍ରମ ଖରା, ଡି ବାଘ ପ୍ରମୁଖଙ୍କ ସହ ଶତାଧିକ ଶ୍ରମିକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.