Home ଜିଲ୍ଲା ପରିକ୍ରମା ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ଉତ୍କଳ ସାମ୍ବାଦିକ ସଂଘର ନିନ୍ଦା

ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ଉତ୍କଳ ସାମ୍ବାଦିକ ସଂଘର ନିନ୍ଦା

21

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୀ ପରେ ନିକଟରେ କେନ୍ଦ୍ରାପଡାରେ ଖବରଦାତାଙ୍କୁ ଆକ୍ରମଣ ନେଇ ଅଭିଯୋଗ ହୋଇଛି । ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଭାଜପାର ଗଣଧାରଣା ଚାଲିଥିବା ସମୟରେ କାର୍ଯ୍ୟରତ ମହିଳା କନେଷ୍ଟବଳ ମାସ୍କ ପିନ୍ଧିନଥିବା ନେଇ ଖବର ସାମାଜିକ ଗଣମାଧ୍ୟମରେ ପ୍ରସାର ପରେ ଖବରଦାତା ଭୀମସେନ ସେଠୀଙ୍କୁ ଆକ୍ରମଣ ହୋଇଥିଲା । ମହିଳା କନେଷ୍ଟବଳ ଜଣକ ଭୀମସେନଙ୍କୁ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଘଟଣାର ୪ ଦିନ ବିତିଯାଇଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଏହାକୁ ଭଦ୍ରକ ଜିଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲା ସଭାପତି ରବି ନାରାୟଣ ଖିଲାର,କାର୍ଯ୍ୟକାରୀ ସଭାପତି ଉମାକଲ୍ୟାଣ ମହାପାତ୍ର,ସଂପାଦକ ଆଶିଷ ଅମିତାଭ ମହାପାତ୍ର,ଉପଦେଷ୍ଟା ପ୍ରମୋଦ ରାୟ,ପ୍ରକାଶ ଚନ୍ଦ୍ର ମହାପାତ୍ର,ରାମନାରାୟଣ ନାୟକ,ଅନିଲ ବାରିକ,ଦୁର୍ଗା ନାୟକ,କୈଳାସ ଗୁପ୍ତା,ରାଜ୍ୟ ସଂଗଠନ ସଂପାଦକ ପ୍ରଦୀପ ମହାପାତ୍ର , ଅପୂର୍ବରଂଜନ ବେହେରା,ଉପସଭାପତି ଦୀପ୍ତିରଂଜନ ନାୟକ,ସୁଧାକର ଦାଶ,ରାଜେନ୍ଦ୍ର ଶତପଥି,ନୀରଦ ଦାଶ,ଜିଲ୍ଲା ସଂଗଠନ ସଂପାଦକ ଜଗବନ୍ଧୁ ବେହେରା,ସରୋଜ ସେଠି,କାଳି଼ିପଦ ରାୟ, ଆବାହକ ସନ୍ତୋଷ ଦାସ,ବ୍ଲକ ମୁଖ୍ୟ ଅନନ୍ତ ଜେନା,ଶ୍ୟାମ ମହାପାତ୍ର,ଦୁର୍ଯ୍ୟୋଧନ ଲେଙ୍କା,ମାନସରଂଜନ ନାୟକ ,ଜଗନ୍ନାଥ ବେହେରା,ଆଶିଷ କୁମାର ମହାନ୍ତି ,ସୁଶାନ୍ତ ରାଉତ, ଅଭୟ ଦାସ ପ୍ରମୁଖ ଦୃଢ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏଥିସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ,ସାମ୍ବାଦିକଙ୍କୁ ଗୁଳି ମାରିଦେବାର ଧମକ ଦେଇଥିବା ଗୋପ ଥାନା ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ସାମ୍ବାଦିକଙ୍କୁ ମାଡ ମାରିଥିବା କେନ୍ଦ୍ରାପଡାର ମହିଳା କନେଷ୍ଟବଳଙ୍କୁ ନିଲମ୍ବନ ଓ ଗିରଫ କରିବା ଦାବୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.