Home ଜିଲ୍ଲା ପରିକ୍ରମା ରାଧାବଲ୍ଲଭପୁର ପଂଚାୟତର ପିଇଓ ଙ୍କୁ ଆକ୍ରମଣ ଘଟଣାର ପୃଥକ ପୃଥକ ମାମଲା ରୁଜୁ

ରାଧାବଲ୍ଲଭପୁର ପଂଚାୟତର ପିଇଓ ଙ୍କୁ ଆକ୍ରମଣ ଘଟଣାର ପୃଥକ ପୃଥକ ମାମଲା ରୁଜୁ

38

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ମାନଙ୍କୁ ଚିହ୍ନଟ କରାଯାଇ ଘର ଯୋଗାଇବା ଦେବା ପାଇଁ ସରକାରଙ୍କ ପକ୍ଷରୁ ପ୍ରତି ପଂଚାୟତ ମାନଙ୍କରେ ୪ଜଣିଆ ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଅବସରରେ ଗତକାଲି ରାଧାବଲ୍ଲଭପୁର ପଂଚାୟତର ବନ୍ଧଟିଆ ଗ୍ରାମରେ ଏହି ୪ଜଣିଆ ଟିମ୍ ଗାଁରେ ସର୍ବେ କରୁଥିବାବେଳେ ଉକ୍ତ ଟିମ୍ ସହିତ ଗ୍ରାମର ଜଣେ ଯୁବକ ପ୍ରୀତମ ଦାସଙ୍କ ସହ କଥା କଟାକଟି ହୋଇଥିଲା । ପରେ ଉତ୍ୟକ୍ତ ହୋଇ ଶ୍ରୀ ଦାସ ଏହି ଟିମ୍‌ର ମୁଖ୍ୟ ପିଇଓ ଅଚ୍ୟୁତାନନ୍ଦ ବାରିକଙ୍କୁ ଗାଳିଗୁଲଜ କରିବା ସହିତ ସରକାରୀ କାଗଜପତ୍ର ଛଡ଼ାଇନେଇଥିଲେ । ଏନେଇ ଉକ୍ତ ଟିମ୍ ବିଡ଼ିଓ ଦୁର୍ଗାଚରଣ ମୁର୍ମୁଙ୍କ ନିକଟରେ ଜଣାଇବାପରେ ସେ ଧାମନଗର ଥାନାଅଧିକାରୀଙ୍କୁ ଆକ୍ରମଣ କାରୀଙ୍କ ବିରୁଦ୍ଧରେ ମାମଲା ରୁଜୁକରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଚିଠି କରିିଥିଲେ । ଏନେଇ ଧାମନଗର ଥାନାରେ କେସ ନଂ ୨୦୪/୨୧ରେ ମାମଲା ରୁଜୁକରାଯାଇ ପ୍ରୀତମ ଦାସଙ୍କୁ ଗିରଫ କରାଯାଇଥିଲା । ଅପରପକ୍ଷେ ଶ୍ରୀଦାସ ଙ୍କୁ ଉକ୍ତ ଟିମ୍‌ର ମୁଖ୍ୟ ଅଚ୍ୟୁତାନନ୍ଦ ବାରିକ ଗାଳିଗୁଲଜ କରିବା ନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କର ନାମରେ କାହିଁକି ମାମଲା ରୁଜୁକରାଯାଇ ନାହିଁ ବୋଲି ଶ୍ରୀ ଦାସଙ୍କ ଶତାଧିକ ପୁରୁଷ ଓ ମହିଳା ସମର୍ଥକ ଧାମନଗର ଥାନା ସମ୍ମୁଖରେ ପ୍ରତିବାଦ କରିବା ସହିତ ଧାରଣାରେ ବସିଥିଲେ । ପ୍ରାୟ ରାତି ୧୧ଟାରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଧାରଣାରେ ବସିବାପରେ ପୋଲିସ ବାଧ୍ୟହୋଇ ଶ୍ରୀ ବାରିକଙ୍କ ବିରୁଦ୍ଧରେ କେସ ନଂ ୨୦୫/୨୧ରେ ଏକ ମାମଲା ରୁଜୁକରିଛି । ତେବେ ଗିରଫ ପ୍ରୀତମଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ନଥିବାରୁ ସେ ଅସୁସ୍ଥ ଅନୁଭବ କରିବାରୁ ସେ ଏବେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ତେବେ ଉକ୍ତ ଘଟଣାକୁ ନେଇ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଥାନା ସମ୍ମୁଖରେ ହୋ ହାଲ୍ଳା ଓ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.