Home ଜିଲ୍ଲା ପରିକ୍ରମା ଓଡିଶା ବିକଳାଙ୍ଗ ମଂଚ ତରଫରୁ ଧାମରାରେ ଅସହାୟତାଙ୍କୁ ସହାୟତା ପ୍ରଦାନ

ଓଡିଶା ବିକଳାଙ୍ଗ ମଂଚ ତରଫରୁ ଧାମରାରେ ଅସହାୟତାଙ୍କୁ ସହାୟତା ପ୍ରଦାନ

42

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ପଂଚୁଟିକ୍ରି ପଂଚାୟତରେ ଓଡିଶା ବିକଳାଙ୍ଗ ମଂଚ ଏବଂ ଆକ୍ସନଆଡ ଭାରତ ତରଫରୁ ୮୦ଜଣ ଭିନ୍ନକ୍ଷମ ଓ ବିଧବା ମହିଳା ମାନଙ୍କୁ ନଗଦ ୨୫ଶହ ଟଙ୍କା ,୪ଟି ପଲିଥିନ,୧ଟି ସୋଲାର ଲାଇଟ, ୨ପିସ ବିଛଣା ଚଦର, ୨ଟି ମଶାରି ପ୍ରଦାନ କରାଯାଇଥିଲା । ବିଗତ ଦିନରେ ଘଟିଯାଇଥିବା ୟାଶ ବାତ୍ୟାରେ ବହୁ ସାଧାରଣ ଲୋକଙ୍କ ସହିତ ବହୁ ବିକଳାଙ୍ଗ ଏବଂ ବିଧବା ମହିଳାଙ୍କୁ ସରକାରଙ୍କ ତରଫରୁ ଉପେକ୍ଷା କରାଯାଇଥିବା କଥା ସର୍ବସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଆଜିର ଏହି ସହାୟତା ପାଇବା ପରେ ବିକଳାଙ୍ଗ ,ଅସହାୟ ଏବଂ ବିଧବା ମହିଳା ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଧାମରା ଆଠ ପଂଚାୟତରେ ଥିବା ଗରିବ ଏବଂ ଅସହାୟ ଲୋକ ମାନଙ୍କୁ ଏହି ସଙ୍ଗଠନ ତରଫରୁ ଆଗାମୀ ଦିନରେ ସହାୟତା ପ୍ରଦାନ କରାଯିବ ବୋଲି ଆଜି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଓଡିଶା ବିକଳାଙ୍ଗ ମଂଚର ରାଜ୍ୟ ସଭାପତି ଅକ୍ଷୟ କୁମାର ସାହୁ ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବାସୁଦେବପୁର ବ୍ଲକ ବିକଳାଙ୍ଗ ମଂଚର ଚନ୍ଦ୍ରକାନ୍ତ ନାୟକ, ଧାମରା ପଂଚାୟତର ସଭାପତି ମନ୍ମଥ ପରିଡା, କରଞ୍ଜମାଳ ପଂଚାୟତର ସଭାପତି ଶିବାନନ୍ଦ ମାଝୀ, ଧାମରା ଅଂଚଳର ପ୍ରକୃତିପ୍ରେମୀ ଶରତ କୁମାର ଦଳେଇ, ତପନ କୁମାର କରଙ୍କ ସମେତ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.