Home ଜିଲ୍ଲା ପରିକ୍ରମା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ନେଇ ଅବକାରୀ ବିଭାଗ ଏସ୍‌ଆଇଙ୍କୁ ଗିରଫ ଦାବିରେ ଧାରଣା

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ନେଇ ଅବକାରୀ ବିଭାଗ ଏସ୍‌ଆଇଙ୍କୁ ଗିରଫ ଦାବିରେ ଧାରଣା

34

ନୟାଗଡ଼, ୨୬ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ର ଦୁଇ ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର ଓ ଲୋକନାଥ ମିଶ୍ରଙ୍କୁ ଅବକାରୀ ବିଭାଗର ଏସ୍‌ଆଇ ଦୁର୍ବ୍ୟବହାର କରିବା ପ୍ରତିବାଦରେ ନୟାଗଡ଼ ଟାଉନ ଥାନା ସମ୍ମୁଖରେ ଜିଲ୍ଳାର ସାମ୍ବାଦିକମାନେ ଧାରଣା ଦେଇଛନ୍ତି। ଅବକାରୀ ବିଭାଗ ପକ୍ଷରୁ ମଦ ଜବତ ହୋଇଥିବା ଖବର ଜାଣି ଦୁଇ ସାମ୍ବାଦିକ ଶ୍ରୀ ମହାପାତ୍ର ଓ ଶ୍ରୀ ମିଶ୍ର ଖବର ସଂଗ୍ରହ ପାଇଁ ଯାଇଥିଲେ। ସେମାନେ ମଦ ଫଟୋ ଉଠାଇ ତଥ୍ୟ ମାଗୁଥିଲାବେଳେ ଅବକାରୀ ଏସଆଇ ଧନଞ୍ଜୟ ପାତ୍ର ଫଟୋ ନଉଠାଇବା ପାଇଁ ତାଗିଦ୍ କରିବା ସହିତ ଠେଲା ପେଲା କରିଥିଲେ। ଏପରିକି ଆଶାଳୀନ ବ୍ୟବହାର ଦେଖାଇଥିଲେ। ଏପରି ବ୍ୟବହାରକୁ ନେଇ ସାମ୍ବାଦିକମାନେ ଉପରିସ୍ତ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ କୌଣସି ଫଳ ପାଇନଥିଲେ। ଯାହାକି ଏହାର ତଦନ୍ତ ପାଇଁ ସାମ୍ବାଦିକମାନେ ଥାନାରେ ଅଭିଯୋଗ ସହ ଥାନା ଆଗରେ ଧାରଣା ଦେଇଥିଲେ। ତେବେ ଅଭିଯୁକ୍ତ ଏସ୍‌ଆଇଙ୍କୁ ଥାନାକୁ ଲୋକଦେଖାଣିଆ ଭାବେ ଅଣାଯାଇଥିଲାବେଳେ ତାଙ୍କୁ ପଛଦ୍ୱାର ଦେଇ ଖସେଇ ଦେବା ଘଟଣା ସାମ୍ବାଦିକମାନଙ୍କ ଆନ୍ଦୋଳନକୁ ବେଶୀ ସାଂଘାତିକ କରିଛି। ଘଟଣାସ୍ଥଳକୁ ଆସି ଉପଜିଲ୍ଲାପାଳ, ଏସଡିପିଓ ସାମ୍ବାଦିକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କିଛି ଫଳ ମିଳିନି। ଅଭିଯୁକ୍ତକୁ ଗିରଫ ନକଲା ପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସାମ୍ବାଦିକ ସଂଘ କହିଛି। ରବିବାର ସମସ୍ତ ସାମ୍ବାଦିକ ଟାଉନ୍ ଥାନା ଠାରୁ ଏକ ଶୋଭ।।ଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ବାସଭବନ ଘେରାଉ କରିବ ବୋଲି ସଂଘ ନିଷ୍ପତି ନେଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.