Home ଜିଲ୍ଲା ପରିକ୍ରମା ଦରମା ନମିଳିବାରୁ ଏନ୍‌ଏମ୍‌ଆର କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ

ଦରମା ନମିଳିବାରୁ ଏନ୍‌ଏମ୍‌ଆର କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ

52

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁରରେ କିରୋସିନି ଢାଳି ଜଣେ ଏନଏମଆର କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ ଚର୍ଚ୍ଚାର ବିଷୟ ହୋଇଛି । ଦରମା ନମିଳିବା ଅଭିଯୋଗରେ ଏଭଳି ଅଭାବନୀୟ ଘଟଣା ଘଟିଥିବାର ଜଣାଯାଇଛି । ଆଜି ବାସୁଦେବପୁର ଜଳ ସଂପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏନଏମ୍‌ଆର ଦିବାକର ଦାସ କିରୋସିନି ଢାଳି ଆତ୍ମାହୂତି ଉଦ୍ୟମ କରିଛନ୍ତି । ତେବେ ପୁଲିସ୍‌ର ସମୟୋଚିତ ପଦକ୍ଷେପରୁ ସେ ମୃତ୍ୟୁମୁଖରୁ ଉଦ୍ଧାର ହୋଇଛନ୍ତି । ଆଜି ଜଳସଂପଦ ବିଭାଗର ବାଲେଶ୍ୱର ନିର୍ବାହୀ ଯନ୍ତ୍ରୀ ସାଇଟ୍‌ରେ କାମ ଦେଖିବାକୁ ବାସୁଦେବପୁର କାର୍ଯ୍ୟାଳୟକୁ ଯାଇଥିଲେ । ଉକ୍ତ କାମ ସଂପର୍କରେ ଆଲୋଚନା କରୁଥିବାବେଳେ ହଠାତ୍ ବାହାରେ କୋଳାହଳ ଶୁଭିଥିଲା । ବାହାରକୁ ଯାଇ ସେ ଦେଖିଥିଲେ ପୁଲିସ୍ ଓ ଦିବାକରଙ୍କ ମଧ୍ୟରେ ଧସ୍ତାଧସ୍ତି ପରେ ପୁଲିସ୍ ତାଙ୍କୁ କାବୁ କରିଥିଲା । ତେବେ ଏନଏମଆର ଦିବାକରଙ୍କ ଅଭିଯୋଗରୁ ଯାହା ଜଣାଯାଏ ସେ ୫ ବର୍ଷ ହେଲା ଦରମା ପାଇନଥିବା ନେଇ ବାରମ୍ବାର ଆପତ୍ତି ଅଭିଯୋଗ କରିବା ସହ ଆମରଣ ଅନଶନ କରି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ ନିଜ ପ୍ରାପ୍ୟ ପାଇବାର ପ୍ରତିଶ୍ରୁତି ପାଇଥିଲେ । ମାତ୍ର ଆଜିପର୍ଯ୍ୟନ୍ତ ତାଙ୍କୁ ତାହା ଦିଆନଯିବାରୁ ସେ ବାଧ୍ୟହୋଇ ଆଜି ବାସୁଦେବପୁର ଜଳସେଚନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ କିରୋସିନି ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ । ତେବେ ଘଟଣାସ୍ଥଳରେ ପୁଲିସ୍ ପହଞ୍ôଚ ଦିବାକରକୁ ଉଦ୍ଧାର କରି ଥାନାକୁ ଆଣି ପଚରା ଉଚୁରା କରୁଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.