Home ଜିଲ୍ଲା ପରିକ୍ରମା ଆରଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ପାଇଁ ଠେଲାପେଲା ଓ ହଟ୍ଟଗୋଳ, ଟୀକାକରଣ କାର୍ଯ୍ୟ ଦୀର୍ଘ ସମୟ ବନ୍ଦ...

ଆରଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ପାଇଁ ଠେଲାପେଲା ଓ ହଟ୍ଟଗୋଳ, ଟୀକାକରଣ କାର୍ଯ୍ୟ ଦୀର୍ଘ ସମୟ ବନ୍ଦ ରଖିଲେ କର୍ତ୍ତୃପକ୍ଷ, ଲୋକେ ଭୁଲିଗଲେ କୋଭିଡ୍ କଟକଣା

28

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ଆରଡି ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ଟୀକାକରଣ କାର୍ଯ୍ୟ ପ୍ରାରମ୍ଭରୁ ଦେଖାଯାଇଥିଲା ବିଶୃଙ୍ଖଳା । ୧୮ ରୁ ୪୪ ବର୍ଷ ଲୋକଙ୍କ ପାଇଁ ଟୀକାକରଣ ନିମନ୍ତେ ଗତକାଲି ସନ୍ଧ୍ୟାରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଟୁଇଟ୍ ମାଧ୍ୟମରେ ଅବଗତ କରାଯାଇଥିଲା । ଏପରିକି ସ୍ଲଟ୍ ବୁକିଂ କରିଥିବା ଲୋକଙ୍କୁ ଟୀକା ଦେବାପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ କିଛିଦିନ ତଳେ କେତେକ ଲୋକଙ୍କୁ ଅଫଲାଇନ୍‌ରେ ଟୀକା ଦିଆଯାଇଥିବାରୁ ଶତାଧିକ ଲୋକ କୋଭିଡ୍ କଟକଣାକୁ ଉଲ୍ଲଂଘନ କରି ମେଡିକାଲ ମଧ୍ୟକୁ ଠେଲାପେଲା ହୋଇ ପଶିଯାଇଥିଲେ । ଫଳରେ ଲୋକମାନଙ୍କର ହୋ-ହାଲ୍ଲା ଓ ବିଶୃଙ୍ଖଳିତ ଆଚରଣ ଦେଖି ଦୀର୍ଘ ସମୟ ଧରି ଟୀକାକରଣ କାର୍ଯ୍ୟକୁ ବନ୍ଦ ରଖିଥିଲେ ମେଡିକାଲ କର୍ତ୍ତୃପକ୍ଷ । ପରେ ପୁଲିସ୍‌ର ହସ୍ତକ୍ଷେପରେ ପୁନର୍ବାର ଟୀକାକରଣ କାର୍ଯ୍ୟ ଚାଲିଥିଲା । ଅପରପକ୍ଷେ ଅନଲାଇନ୍ କଥାକୁ ଖଣ୍ଡନ କରିବା ସହ ‘ଆମ ପାଖରେ ସ୍ମାର୍ଟ ଫୋନ୍ ନାହିଁ, ଖଟିଖିଆ ମୂଲିଆ ଶ୍ରେଣୀର ଲୋକ ଆମେ, ଅନଲାଇନ୍ କଣ ଜାଣିନାହୁଁ । ଆଧାରକାର୍ଡ ଆଧାରରେ ଆମକୁ ଟୀକା ଦିଆଯାଉ’ ବୋଲି ବହୁ ଲୋକ ଅଡି ବସିଥିଲେ । ଏଭଳି ସମସ୍ୟା ବାବଦରେ ଭଦ୍ରକ ଉପଜିଲାପାଳ ପୀତାମ୍ବର ସାମଲଙ୍କୁ ପଚାରିବାରୁ ପ୍ରାଥମିକ ଅନଲାଇନ୍‌ରେ ଟୀକା ନେବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । ଆଗାମୀ ଦିନରେ ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ଆଧାର ଅନୁଯାୟୀ ଟୀକାକରଣ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.