Home ଜିଲ୍ଲା ପରିକ୍ରମା ସାମ୍ପ୍ରଦାୟିକତାବାଦ ବିକାଶରେ ବାଧକ, ଭଦ୍ରକ ସାଂସ୍କୃତିକ ମହୋତ୍ସବର ୫ମ ସଂଧ୍ୟା

ସାମ୍ପ୍ରଦାୟିକତାବାଦ ବିକାଶରେ ବାଧକ, ଭଦ୍ରକ ସାଂସ୍କୃତିକ ମହୋତ୍ସବର ୫ମ ସଂଧ୍ୟା

30

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହିଷ୍ଣୁତା ଓ ଉଦାରତା ଭାରତୀୟ ସଂସ୍କୃତିର ମୂଳ ଆଧାର । ଭାରତ ଏକ ଧର୍ମ ନିେରେପେକ୍ଷ ରାଷ୍ଟ୍ର ଓ ଯୁଗେ ଯୁଗେ ସବୁ ଧର୍ମାବଲମ୍ବୀ ଏଠାରେ ସମାନ ଅଧିକାରର ଅଧିକାରୀ । ଏହି ପରିପ୍ରେକ୍ଷୀରେ ଉଗ୍ର ସାମ୍ପ୍ରଦାୟିକତାବାଦକୁ କୌଣସି ବାଟେ ଗ୍ରହଣ କରାଯାଇ ପାରିବ ନାର୍ହି । କାରଣ ଏହା ହିଁ େଦେଶ ଓ ଜାତିର ବିକାଶରେ ବାଧକ ବୋଲି ଐତିହାସିକ ଗାନ୍ଧୀ ପଡ଼ିଆ ଠାରେ ଚାଲିଥିବା ଭଦ୍ରକ ସାଂସ୍କୃତିକ ମହୋତ୍ସବର ୫ମ ସଂଧ୍ୟାରେ ଯୋଗେଦେଇ ବହୁ ବିଶିଷ୍ଟ ଅତିଥି ମତବ୍ୟକ୍ତ କରିଛନ୍ତି । ମେହୋତ୍ସବ କମିଟିର ଉପେଦେଷ୍ଟା ଇଂ ଅଭୟ ସୂତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃ୍‌ତିକ ସଭାରେ ମୁଖ୍ୟ ଅତିଥି ଭାେବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବରେଣ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜିବ ମଲ୍ଲିକ ଓ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗ ଦେଇ ଭାରତ ସର୍ବ ଧର୍ମ ସମନ୍ୱୟର େଦେଶ ବୋଲି ନିଜ ନିଜ ବକ୍ତବ୍ୟରେ କହିଥିେଲେ । ସେହିପରି ଅଧ୍ୟାପକ ନିହାର ରଂଜନ କର ମୁଖ୍ୟବକ୍ତା ଓ ପାରିଷଦ ସେକ ଜୁଲଫୁକର ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ । କମିଟିର ସଭାପତି ରବି ନାରାୟଣ ଖିଲାର ମଞ୍ଚ ଆବାହନ କରିଥିବାବେଳେ, ସମାଜସେବୀ ଚୈତାଳୀ ଖିଲାର ସ୍ୱାଗତ ଭାଷଣ, ମନୋରମା ରାୟ ଅତିଥି ପରିଚୟ ଓ କୋଷାଧ୍ୟକ୍ଷ ପ୍ରିୟଦର୍ଶନ ବୋଇତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍ଥାନୀୟ ନାଟ୍ୟାନୁଷ୍ଠାନମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ମୁନା ମହାପାତ୍ରଙ୍କ ମେେଲୋଡି ପରିବେଷିତ ହୋଇଥିଲା । ଏଥିରେ ମୁଖ୍ୟ ଆକର୍ଷଣ ଥିେଲେ ସିନେମା ଜଗତର ଜଣାଶୁଣା ବ୍ୟଙ୍ଗ ଓ ଚରିତ୍ର ଅଭିନେତା ପପୁ ପମ୍‌ପମ୍ । ପପୁ ଉପସ୍ଥିତ ସହସ୍ରାଧିକ ଦର୍ଶକଙ୍କୁ ଭରପୂର ମନୋରଂଜନ ଯୋଗଦେଇ ଦେଇଥିଲେ । ପପୁଙ୍କୁ ଶୁଣିବା ପାଇଁ ଏହି ପଡ଼ିଆ ଲୋକାରଣ୍ୟ ହୋଇ ପଡ଼ିଥିଲା । କମିଟିର ସମ୍ପାଦକ ଆଶିଶ ଅମିତାଭ ମହାପାତ୍ର, ଅତିଶ ଦାସ, କ୍ଷିତିଶ ସାମନ୍ତ, ରଶ୍ମିତା ସେଠୀ, ଭାଇଜୀ, ଶଙ୍କର ଗୁରୁଭିଲ୍ଲା, ଟୁକୁନା ସ୍ୱାଇଁ, ସେକ୍ ବାବୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାେରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.