Home ଜିଲ୍ଲା ପରିକ୍ରମା କେନ୍ଦ୍ରର ବିଜେପି ସରକାର ମଜଦୁର ଓ କିଷାନ ବିରୋଧି – କମ୍ରେଡ ହାନାନ୍ ମୋଲ୍ଲା

କେନ୍ଦ୍ରର ବିଜେପି ସରକାର ମଜଦୁର ଓ କିଷାନ ବିରୋଧି – କମ୍ରେଡ ହାନାନ୍ ମୋଲ୍ଲା

39

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶର କ୍ଷେତ ମଜଦୁର ଓ କିଷାନ ମାନଙ୍କ ଅବସ୍ଥା ଅତ୍ୟନ୍ତ ସାଂଘାତିକ । କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ କରି ବିଜେପି ଶାସିତ ରାଜ୍ୟରେ ସେମାନଙ୍କୁ କାମ ନାହିଁ । ଚାଷୀ ସେମାନଙ୍କ ଫସଲର ଉଚିତ ମୂଲ୍‌ଯ ପାଉନାହିଁ । ପ୍ରତ୍ୟେକ ଦିନ ଅଭାବ କଷଣରେ ଚାଷ ଓ କ୍ଷେତ ମଜଦୁରଙ୍କର ଜୀବନ ହାନି ଘଟୁଛି । ମାତ୍ର କେନ୍ଦ୍ର ସରକାର ମଜଦୁର, କିଷାନ, ଶ୍ରମିକ ଏବଂ ସାଧାରଣ ଗରିବ ଲୋକ ମାନଙ୍କ ସ୍ୱାର୍ଥ ବିରୋଧରେ କାମ କରି ଦେଶରେ ଆଦାନୀ, ଅମ୍ବାନୀ ପରି କର୍ପୋରେଟ ହାଉସ ମାନଙ୍କର ଧନ ସଂପତ୍ତି ଅହେତୁକ ଭାବେ ବୃଦ୍ଧି ପାଇଛି । ଏହି ବିଜେପି ଶାସନ କାଳରେ ଆଦାନୀ କଂପାନୀର ସଂପତ୍ତି ୭୫୦ ଗୁଣ ବୃଦ୍ଧି ପାଇଛି ଏବଂ ଦେଶର ପ୍ରତ୍ୟେକ ଖାଉଟି ଦ୍ରବ୍ୟ ଯଥା ଔଷଧ, ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ସମସ୍ତ ଜିନିଷର ମୂଲ୍ୟ ବୃଦ୍ଧି ଘଟିଛି । ମାତ୍ର ଦେଶର ଗରିବ ଜନସାଧାରଣଙ୍କ ଜୀବନ ଜୀବିକା ରସାତଳଗାମୀ ହୋଇଯାଉଛି ବୋଲି ଓଡିଶା କ୍ଷେତ ମଜଦୁର ୟୁନିଅନ୍ ର ୧୦ ମ ରାଜ୍ୟ ସମ୍ମିଳନୀ ଉପଲକ୍ଷେ କଚେରୀ ବଜାର ଷ୍ଟେଟ ବ୍ୟାଙ୍କ ସାମ୍ନାରେ ଅନୁଷ୍ଠିତ ଖୋଲା ଅଧିବେଶନରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ବକ୍ତା ଦେଶର କିଷାନ ମଜଦୁର ମାନଙ୍କର ସର୍ବୋଚ୍ଚ ନେତା ପୂର୍ବତନ ସାଂସଦ କମ୍ରେଡ ହାଭାନା ମୋଲ୍ଲା ମତବ୍ୟକ୍ତ କରିଛନ୍ତି ।

ସେହିପରି କେନ୍ଦ୍ର ମଜଦୁର ୟୁନିୟନ କେନ୍ଦ୍ରୀୟ ନେତା କମ୍ରେଡ ତୁଷାର ଘୋଷ ମଧ୍ୟ ସରକାରଙ୍କର କୃଷକ, କ୍ଷେତ ମଜଦୁର ଓ ଶ୍ରମିକ ମାନଙ୍କ ବିରୋଧରେ ଆଇନ ଆଣି ସେମାନଙ୍କୁ ପ୍ରତାରଣା କରିବା ସହ ସେମାନଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବାରେ ବିଫଳ ହୋଇଛି । ସାଂପ୍ରଦାୟିକ ସଦ୍ ଭାବ ବିପନ୍ନ ହେବା ସଙ୍ଗେ ସଙ୍ଗେ ଦେଶର ସମ୍ବିଧାନ ଉପରେ ଘୋର ଆକ୍ରମଣ ଚାଲିଛି ବୋଲି କ୍ଷେତ ମଜଦୁର ଓ କୃଷକ ନେତାମାନେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ଓଡ଼ିଶା କ୍ଷେତ ମଜଦୁର ୟୁନିଅନ୍ ଭଦ୍ରକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀଙ୍କ ସଭାପତିତ୍ୱରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଶ୍ରମିକ ନେତା ତଥା ଅଭ୍ୟର୍ଥନା କମିଟିର ଚେୟାରମ୍ୟାନ ଦିବ୍ୟସିଂହ ନାୟକ, ରାଜ୍ୟ ଉପସଭାପତି ତଥା କେନ୍ଦ୍ର କମିଟି ସଦସ୍ୟ ସଦସ୍ୟ ନିର୍ମଳ କୁମାର ନାୟକ, କ୍ଷେତ ମଜଦୁର ରାଜ୍ୟ ସଭାପତି ହରିଷ ସିଂ,ରାଜ୍ୟ ସଂପାଦକ ପ୍ରଫୁଲ୍ଲ ଭୋଇ, ପୂର୍ବତନ ସଭାପତି ଶିଶିର ହୁଇ, ନିତ୍ୟାନନ୍ଦ ପରିଡା, ଜିଲ୍ଲା କୃଷକ କୃଷକ ମୋର୍ଚ୍ଚାର ସଭାପତି । ଚନ୍ଦ୍ରଶେଖର ନାୟକ କେନ୍ଦ୍ର ସରକାର ଓ ରାଜ୍ୟ ସରକାରର ଜନ ମାରଣ ନୀତି ବିରୋଧରେ ବକ୍ତବ୍ୟ ରଖି ସମାଲୋଚନା କରିଥିଲେ । ଏଥି ପୂର୍ବରୁ କ୍ଷେତ ମଜଦୁର ୟୁନିଅନ୍ ପକ୍ଷରୁ ଜଗନ୍ନାଥପୁର ସ୍ଥିତ ଅମୀୟ ନିଶାକର ଭବନ ଠାରୁ ଏକ ବିରାଟ ପଟୁଆର ବାହାରି ସଭାସ୍ଥଳରେ ପହଞ୍ଚିଥିଲା । ସଭା ପ୍ରାରମ୍ଭରେ ମନମୋହନ ସଂଗୀତ ପରିଷଦର ପିଲାମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଶେଷରେ କ୍ଷେତ ମଜଦୁର ସଂଘର ଜିଲ୍ଲା ସଂପାଦକ ଆଡଭୋକେଟ ଗିରିଧାରୀ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.