Home ଜିଲ୍ଲା ପରିକ୍ରମା ସାମୂହିକ ପ୍ରଦୀପ ପ୍ରଜ୍ୱଳନ ସହ ଭଦ୍ରକ ବିଶ୍ୱବିଦ୍ୟାଳୟ ଦାବି

ସାମୂହିକ ପ୍ରଦୀପ ପ୍ରଜ୍ୱଳନ ସହ ଭଦ୍ରକ ବିଶ୍ୱବିଦ୍ୟାଳୟ ଦାବି

25

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟାର୍ଥୀ ବିକାଶ ମଞ୍ଚର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଜାନୁଗଞ୍ଜସ୍ଥିତ ଦିବ୍ୟମ୍ ପରିସରରେ ପାରମ୍ପରିକ ଢଙ୍ଗରେ ପଣା ବଣ୍ଟନ ସହିତ ବନ୍ଧୁମିଳନ ଓ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମଂଚର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡ. ଦେବେନ୍ଦ୍ରନାଥ ରାଉତ ଯୋଗଦେଇ ନିଜର ସଂସ୍କୃତି ଓ ମୌଳିକ ପରମ୍ପରାକୁ ବଜାୟ ରଖିବା ସହିତ ଆମେ ଓଡ଼ିଆ – ଭାରି ବଢିଆ ଶବ୍ଦର ମର୍ମ ବୁଝି ଗର୍ବର ସହିତ ଆଗକୁ ବାଟ ଚାଲିବା ପାଇଁ ମତବ୍ୟକ୍ତ କରିଥିଲେ । ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ଡାକ୍ତର ଦୁର୍ଯ୍ୟୋଧନ ଦାସ, ଡାକ୍ତର ରବିନ୍ଦ୍ର କୁମାର ନାୟକ, ଉଦ୍ୟାନବିତ୍ ବିଚିତ୍ରାନନ୍ଦ ମହାନ୍ତି ନିଜ ନିଜର ବଳିଷ୍ଠ ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ମୂଲ୍ୟବାନ ଉପଦେଶମାନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶେଷ ପର୍ଯ୍ୟାୟରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ, ଅନୁଷ୍ଠାନର ଉପଦେଷ୍ଟା ଓ ସଚେତନ ନାଗରିକ ଗଣ ମିଳିତ ଭାବରେ ବିଦ୍ୟାର୍ଥୀ ବିକାଶ ମଚଂର ପ୍ରଥମ ମୁଖ୍ୟ ଉପଦେଷ୍ଟା ସ୍ୱର୍ଗତଃ ପ୍ରଫେସର ଡଃ ସନାତନ ମହାନ୍ତିଙ୍କ ପ୍ରତିମୂର୍ତ୍ତି ପାଖକୁ ଯାଇଥିଲେ । ପ୍ରଫେସର ମହାନ୍ତି ଭଦ୍ରକରେ ଏକ ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ଯେଉଁ ସୁଦୀର୍ଘ ନିରନ୍ତର ପ୍ରୟାସ ଜାରି ରଖିଥିଲେ ।

ସେ ସଂପର୍କରେ ବକ୍ତାମାନେ ସ୍ମରଣ କରିବା ସହିତ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ସାମୂହିକ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତେ ପରମପିତା ପରମେଶ୍ୱରଙ୍କ ନିକଟରେ ପବିତ୍ର ପ୍ରାର୍ଥନା ଜଣାଇଥିଲେ ଯେ ଅବିଳମ୍ବେ ପ୍ରଫେସର ମହାନ୍ତିଙ୍କ ସ୍ୱପ୍ନ ପୂରଣ ହେଉ ଏବଂ ଭଦ୍ରକରେ ସରକାରୀ ଭାବେ ବିଶ୍ୱବିଦ୍ୟାଳୟ ସ୍ଥାପନା ପାଇଁ ସରକାର ନିଷ୍ପତ୍ତି ନିଅନ୍ତୁ । ନଚେତ୍ ଆଗାମୀ ଦିନରେ ମିଳିତ ସାମାଜିକ ପ୍ରୟାସକୁ ଏକ ବଳିଷ୍ଠ ସଂଗ୍ରାମ ରୂପରେ ଗଢିତୋଳିବା ସହିତ ଭଦ୍ରକ ଜିଲାର ସମସ୍ତ ବ୍ଲକ୍ ଓ ପଞ୍ଚାୟତ ଯାଏ ଉକ୍ତ ଆନ୍ଦୋଳନକୁ ବ୍ୟାପକ ରୂପ ଦେଇ ଭଦ୍ରକରେ ବିଶ୍ୱ ବିଦ୍ୟାଳୟ ସ୍ଥାପନ ନହେବା ପର୍ଯ୍ୟନ୍ତ ବିଦ୍ୟାର୍ଥୀ ବିକାଶ ମଂଚ ସଂଗ୍ରାମ ଜାରି ରଖିବା ପାଇଁ ସମସ୍ତ ସଦସ୍ୟ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପ୍ରତିଜ୍ଞା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଅଧ୍ୟକ୍ଷ ଲକ୍ଷ୍ମୀଧର ରାଉତ, ସମାଜସେବୀ ଅନିଲ ଦେ, ପ୍ରାକ୍ତନ ପ୍ରଧାନଶିକ୍ଷକ ଅକ୍ଷୟ ଜେନା, ଯୋଗଗୁରୁ ସୁରେନ୍ଦ୍ର ପ୍ରସାଦ ଦାସ, ରୋଟାରିଆନ ଅଭିଜିତ୍ ନାୟକ, ରତିକାନ୍ତ ବେହେରା, ପ୍ରେମାନନ୍ଦ ମହାନ୍ତି ଓ ୪୦ ରୁ ଉର୍ଦ୍ଧ୍ୱ ଅନୁଷ୍ଠାନର ସଭ୍ୟ/ସଭ୍ୟା ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.