Home ଜିଲ୍ଲା ପରିକ୍ରମା ଚାଷୀନେତା ପଦ୍ମନାଭ ପଣ୍ଡାଙ୍କ ସ୍ମୃତିଚାରଣ ସଭା

ଚାଷୀନେତା ପଦ୍ମନାଭ ପଣ୍ଡାଙ୍କ ସ୍ମୃତିଚାରଣ ସଭା

19

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ୍‌ର ବିଶିଷ୍ଟ ଚାଷୀ ନେତା ପଦ୍ମନାଭ ପଣ୍ଡାଙ୍କ ଏକାଦଶତମ ମୃତ୍ୟୁ ବାର୍ଷିକ ଯଶିପୁର ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଯଶିପୁର କଚେରୀ ପଡିଆ ଠାରେ ପ୍ରତିଷ୍ଠିତ ପଦ୍ମନାଭ ପଣ୍ଡାଙ୍କ ପ୍ରତିମୂତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଏହି ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ସିପିଆଇ(ଏମ୍‌) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ୍ ସନ୍ତୋଷ ଦାସ ଯୋଗଦେଇ ପଦ୍ମନାଭ ପଣ୍ଡାଙ୍କ ସ୍ମୃତିଚାରଣ କରିବା ସହ ବର୍ତ୍ତମାନ ମୋଦି ସରକାରଙ୍କ ବିଭିନ୍ନ ଚାଷୀ ମାରଣ ନୀତି ବିରୁଦ୍ଧରେ ଆଲୋଚନା କରିଥିଲେ । ବିଶେଷକରି କର୍ପୋରେଟ୍ ମାନଙ୍କ ସହ ସାଂପ୍ରଦାୟିକ ଶକ୍ତି ମିଶି ଦେଶରେ ସମ୍ବିଧାନ ଓ ଗଣତନ୍ତ୍ର ପ୍ରତି କିପରି ବିପଦ ସୃଷ୍ଟି କରିଛନ୍ତି । ସେ ସଂପର୍କରେ ଶ୍ରୀ ଦାସ ଆଲୋଚନା କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ସିପିଆଇ(ଏମ୍‌) ସୁନ୍ଦରଗଡ ଜିଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଭାତ ପଣ୍ଡା, ଓଡ଼ିଶା କୃଷକ ସଭା ଚାନ୍ଦବାଲି ବ୍ଲକ୍ ସଂପାଦକ ଗୌରାଙ୍ଗ ଯେନା, ଯଶିପୁର ପୂର୍ବତନ ସରପଞ୍ଚ ଲକ୍ଷ୍ମଣ ଯେନା, ଚାଷୀ ନେତା ଅଭିରାମ ବଳ, ଚକ୍ରଧର ଦାସ, କାହ୍ନୁକିଶୋର ସାହୁ, ରମାକାନ୍ତ ଦାସ, ରମାକାନ୍ତ ବେହେରା, ପ୍ରତାପ ମହାଳିକ, ଜଗନ୍ନାଥ ନାୟକ, ଦିବାକର ସେନାପତି, ଯୁବନେତା କାର୍ତ୍ତିକ ନାଥ, ବିକ୍ରମ ନାୟକ, କୁନା ମାଝୀ, ଆଲୋକ ନାଥ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ପଣ୍ଡା ପ୍ରମୁଖ ଯୋଗଦେଇ ପଦ୍ମନାଭ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.