Home ଓଡ଼ିଶା ସାମୁଦ୍ରିକ ବତାସ ‘ବୁଲ୍‌ବୁଲ୍‌’ ପଶ୍ଚିମବଙ୍ଗ ଓ ବାଲାଂଦେଶ ଆଡ଼କୁ ଗତିକରୁଥିବା ଏସ୍‌ଆର୍‌ସି ଙ୍କ ସୂଚନା

ସାମୁଦ୍ରିକ ବତାସ ‘ବୁଲ୍‌ବୁଲ୍‌’ ପଶ୍ଚିମବଙ୍ଗ ଓ ବାଲାଂଦେଶ ଆଡ଼କୁ ଗତିକରୁଥିବା ଏସ୍‌ଆର୍‌ସି ଙ୍କ ସୂଚନା

856

ଭୁବନେଶ୍ୱର୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସାମୁଦ୍ରିକ ବତାସ ‘ବୁଲ୍‌ବୁଲ୍‌’ ସମ୍ପ୍ରତି ପାରାଦୀପ ଠାରୁ ୭୩୦ କିଲୋମିଟର ଦୂର ବଙ୍ଗୋପସାଗର ମଧ୍ୟରେ କେନ୍ଦ୍ରୀଭୂତ ହୋଇ ଘଣ୍ଟାକୁ ୭ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଓ ବାଲାଂଦେଶ ଆଡ଼କୁ ଗତିକରୁଥିବା କଥା ଆଜି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌‘ଉଗ୍ରତର ହୋଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବାର ସମ୍ଭାବନା ଥିବାସହ  ଓଡ଼ିଶା ଉପକୂଳ ବଙ୍ଗୋପସାଗର ଦେଇ ଗତି କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବୋଲି କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି ସେ ସୂଚନା ଦେଇଛନ୍ତି। ଆଜି ସଂଧ୍ୟା ସୁଦ୍ଧା ବୁଲବୁଲର ସ୍ଥିତି ଓ ଗତି ଅଧିକ ସ୍ପଷ୍ଟ ହେବ। ଏହା ଓଡ଼ିଶାକୁ ନ ଆସିଲେ ବି ଏହାର ପ୍ରଭାବ ଅନୁଭୂତ ହେବ। ଏଥିଯୋଗୁଁ ୯ ଓ ୧୦ ତାରିଖ ଦିନ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ହେବା ସହ ଘଣ୍ଟା ପ୍ରତି ୪୦ ରୁ ୬୫ କିଲୋମିଟର ବେଗରେ ପବନ ପ୍ରବାହିତ ହେବ।ପାଣିପାଗ ବିଭାଗ ତରଫରୁ ଜାରି ହୋଇଥିବା ଏହାର ସମ୍ଭାବ୍ୟ ଗତିପଥ ଚିତ୍ରରୁ ଜଣାପଡୁଛି ଯେ ନଭେମ୍ବର ୮ ତାରିଖ ସନ୍ଧ୍ୟା ୫: ୩୦ ବେଳକୁ ‘ବୁଲ୍‌ବୁଲ୍‌’ ଗୋପାଳପୁର ଠାରୁ ୩୪୭ କିଲୋମିଟର ଦୂରରେ ଥିବ। ୯ ତାରିଖ ଭୋର୍ ୫: ୩୦ ବେଳକୁ ଘଣ୍ଟା ପ୍ରତି ୫୨ ରୁ ୬୧ କିଲୋମିଟର୍ ବେଗରେ ପ୍ରବାହିତ ହୋଇ ଅସ୍ତରଙ୍ଗ ଠାରୁ ୧୭୧ କିଲୋମିଟର ଦୂରରେ ଥିବ। ସେଦିନ ସନ୍ଧ୍ୟା ୫: ୩୦ ବେଳକୁ ଘଣ୍ଟାକୁ ୬୨ରୁ ୭୪ କିଲୋମିଟର ବେଗରେ ପ୍ରବାହିତ ହୋଇ ପାରାଦୀପ ଠାରୁ ୧୩୮ କିଲୋମିଟର ଦୂରରେ ଥିବ।ନଭେମ୍ବର ୧୦ ତାରିଖ ଭୋର୍ ୫: ୩୦ ବେଳକୁ ଘଣ୍ଟାକୁ ୬୨ ରୁ ୭୪ କିଲୋମିଟର୍ ବେଗରେ ପ୍ରବାହିତ ହେଉଥିବା ‘ବୁଲ୍‌ବୁଲ୍‌’ ଧାମରାଠାରୁ ୧୪୯ କିଲୋମିଟର ଦୂରରେ ଥିବ। ସେଦିନ ସନ୍ଧ୍ୟା ୫: ୩୦ ସୁଦ୍ଧା ବତାସ ଘଣ୍ଟାକୁ ୬୨ ରୁ ୭୪ କିଲୋମିଟର ବେଗରେ ପ୍ରବାହିତ ହୋଇ ଚାନ୍ଦିପୁର ଠାରୁ ୧୪୮ କିଲୋମିଟର ଦୂରରେ ଥିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.