Home ଓଡ଼ିଶା ବାତ୍ୟା ବୁଲବୁଲ: କାଲିଠୁ ଆରମ୍ଭ ହୋଇଯିବ ବର୍ଷା, ୮୦ରୁ ୯୦ କିମି ବେଗରେ ବହିବ ପବନ

ବାତ୍ୟା ବୁଲବୁଲ: କାଲିଠୁ ଆରମ୍ଭ ହୋଇଯିବ ବର୍ଷା, ୮୦ରୁ ୯୦ କିମି ବେଗରେ ବହିବ ପବନ

1483

ଭୁବନେଶ୍ୱର: ବାତ୍ୟା ବୁଲବୁଲ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ନଥିଲେ ମଧ୍ୟ ପୂର୍ବ ଅନୁମାନ ଠାରୁ ଓଡ଼ିଶାରେ ଅଧିକ ବର୍ଷା ଏବଂ ପବନ ହେବ ବୋଲି ଜଣାପଡ଼ିଛି।ଏସଆରସି ପ୍ରଦୀପ ଜେନାଙ୍କ ସୂଚନା ଅନୁଯାୟୀ ପୂର୍ବରୁ କୁହାଯାଉଥିବା ଅନୁଯାୟୀ ୯ ତାରିଖ ନୁହେଁ ୮ ତାରିଖରୁ ବାତ୍ୟାର ପ୍ରଭାବ ଓଡ଼ିଶାରେ ଅନୁଭୂତ ହେବ।୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବରୁ କୁହାଯାଉଥିବା ବେଳେ ଏବେ ପବନର ବେଗ ୮୦ ରୁ ୯୦ କିମି ରହିବ ବୋଲି ଜଣାପଡ଼ିଛି।ପୂର୍ବରୁ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି କୁହାଯାଉଥିବା ବେଳେ ଏବେ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି ଜଣାପଡ଼ିଛି।ବାତ୍ୟାର ପ୍ରଭାବରେ ମୁଖ୍ୟତଃ ପୁରୀ, କଟକ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା ବାଲେଶ୍ୱର, ଯାଜପୁର ମୟୁରଭଞ୍ଜ ଆଦି ଅଞ୍ଚଳରେ ଦୁଇ ଦିନ ଧରି ବର୍ଷା ପବନ ଲାଗିରହିବ।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.