Home ଅନୁଗୁଳ ଆଜମେର-ପୁରୀ ଏକ୍ସପ୍ରେସ୍ ଇଞ୍ଜିନ୍‌ରେଲାଗିଲା ନିଆଁ

ଆଜମେର-ପୁରୀ ଏକ୍ସପ୍ରେସ୍ ଇଞ୍ଜିନ୍‌ରେଲାଗିଲା ନିଆଁ

137

ଅନୁଗୁଳ୭।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)  ଭାରତୀୟ ରେଲୱରେ ଯାତ୍ରୀମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ  କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ରେଲୱ ଭବନ ପକ୍ଷରୁ ଯାତ୍ରୀମାନଙ୍କୁ ବିଭିନ୍ନ ଉପାୟରେ ସୁଚନା ଦିଆଯାଉଥିବା ବେଳେ ଯାତ୍ରୀମାନଙ୍କ ଯାତ୍ରା ସମୟରେ ଟ୍ରେନରେ ଆକଶ୍ମିକ ଦୃର୍ଘଟଣା ଯାତ୍ରୀ ମାନଙ୍କୁ ଭୟଭିତ କରିବା ଦେଖିବାକୁ ମିଳିଛି । ଆଜି ଅନୁଗୁଳ-ହଣ୍ଡପା ଷ୍ଟେସନରେ ଏପରି ଏକ ଦୃର୍ଘଟଣାରେ ଯାତ୍ରୀ ମାନେ ନିଜ ଜୀବନ ବଞ୍ଚାଇବାକୁ ଟ୍ରେନରୁ ଡେଇଁ ସୁରକ୍ଷିତ ସ୍ଥାନକୁ ଦୈାଡିବା ଦେଖିବାକୁ ମିଳିଛି । ଆଜମେର-ପୁରୀ ଏକ୍ସପ୍ରେସ୍ ଇଞ୍ଜିନ୍‌ରେ ହଠାତ ଅନୁଗୁଳ ହଣ୍ଡପା ଷ୍ଟେସନ ନିକଟରେ ଆଜି ଅପରାହ୍ନରେ ନିଆଁ ଲାଗିଯାଇଥିଲା ତୁରନ୍ତ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ନେଇଥିଲେ। ଆଜମେର-ପୁରୀ ଏକ୍ସପ୍ରେସ୍‌ରେ ଧୁଆଁ ବାହାରିବା ପରେ ହଠାତ ନିଆଁ ଲାଗି ଯାଇଥିଲା। ଟ୍ରେନ୍ ଇଞ୍ଜିନ୍‌ରେ ନିଆଁ ଲାଗିବା ଖବର ପାଇବା ପରେ ଏହି ଟ୍ରେନ୍‌ରେ ବସିଥିବା ଯାତ୍ରୀଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ କାହାରି କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.