Home କୋରାପୁଟ ସାମୁଦ୍ରିକ ଝଡ ପେଥାଇ ପ୍ରଭାବରେ କୋରାପୁଟ ଜିଲ୍ଲାରେ ୨୪୭.୪ ମିମି ବର୍ଷା

ସାମୁଦ୍ରିକ ଝଡ ପେଥାଇ ପ୍ରଭାବରେ କୋରାପୁଟ ଜିଲ୍ଲାରେ ୨୪୭.୪ ମିମି ବର୍ଷା

127

କୋରାପୁଟ ; ତା୧୭-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)ସାମୁଦ୍ରିକ ଝଡ ପେଥାଇ ପ୍ରଭାବରେ ଆଜି ଅପାରହ୍ନଠାରୁ ବର୍ଷାର ପରିମାଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଥିବା ବେଳେ କୋରାପୁଟ ଜିଲ୍ଲାରେ ୨୪୭.୪ ମିମି ବର୍ଷା ଆଜି ଅପାରହ୍ନ୫ଘ.୩୦ମି ସମୟରେ ରେକର୍ଡ କରାଯାଇଥିବା ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟରୁ ଜଣାପଡିଛି ।କୋରାପୁଟରେ ୧୫.୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ ଲମତାପୁଟରେ ୧୭ ମିମି , ପଟ୍ଟାଙ୍ଗୀରେ ୪୭ ମିମି ,ବନ୍ଧୁଗାଁରେ ୧୦.୨ ମିମି , ନନ୍ଦପୁରରେ ୨୪.୫ ମିମି , ଦଶମନ୍ତପୁରରେ ୩ ମିମି ,ନାରାୟଣପାଟଣାରେ ୫୧.୪ ମିମି , ଲକ୍ଷ୍ମିପୁରରେ ୩୦.୨ ମିମି ,ସେମିଲିଗୁଡାରେ୧୨.୬ ମିମି , ଜୟପୁରରେ ୧୦.୨ ମିମି , କୋଟପାଡରେ୭.୩ ମିମି , କୁନ୍ଦ୍ରାରେ ୪ ମିମି , ବୋରିଗୁମ୍ମାରେ ୬.୮ ଓ ବୈାପରୀଗୁଡାରେ ୮ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ ବର୍ଷାଜନିତ କୈାଣସି କ୍ଷୟକ୍ଷତିର ରିପୋର୍ଟ ହସ୍ତଗତ ହୋଇ ନ ଥିବା ଜରୁରୀକାଳୀନ ଅଧିକାରୀ ଦେବବ୍ରତ କରାଟି ସୂଚନା ଦେଇଛନ୍ତି ।କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ତହସିଲଦାର , ବିଡିଓ ଓ ଯୋଗାଣ ଅଧିକାରୀମାନଙ୍କୁ ସତର୍କ ରହିବାକୁ ନିଦେ୍ର୍ଦଶ ଦିଆଯାଇଥିବା ସେ ପ୍ରକାଶ କରିଥିଲେ ।କେତେକ ଚାଷୀ ଭୟରେ ଧାନ କାଟି ଖଳାରେ ସୁରକ୍ଷିତ ସ୍ଥାନରେ ରଖିଥିବା ବେଳେ କେତେକ ଚାଷଜମିରେ ଧାନ କଟା ନ ହୋଇ ଜମିରେ ରହିଥିବା ଜଣାପଡିଛି ।ଅଦ୍ିନିଆ ବର୍ଷା ଫଳରେ ଚାଷୀମାନେ ଫସଲ ନଷ୍ଟ ହେବା ନେଇ ଚିନ୍ତି ହୋଇ ପଡିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.