Home କୋରାପୁଟ ସାମୁଦ୍ରିକ ଝଡ ପାଥେଇର ପ୍ରଭାବ; କୋରାପୁଟରେ ଛାଡିଲା ବର୍ଷା ; ବଢିଲା ଶୀତ

ସାମୁଦ୍ରିକ ଝଡ ପାଥେଇର ପ୍ରଭାବ; କୋରାପୁଟରେ ଛାଡିଲା ବର୍ଷା ; ବଢିଲା ଶୀତ

132

କୋରାପୁଟ ; ତା୧୮-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)ସାମୁଦ୍ରିକ ଝଡ ପାଥେଇର ପ୍ରଭାବରେ କୋରାପୁଟରେ ବର୍ଷା ଛାଡିବା ସହ ଶୀତ ବଢିବା ଯୋଗୁଁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ନଜର କରାଯାଇଥିଲା । ଗତକାଲି କୋରାପୁଟ ସହରରେ ଅହରହ ବର୍ଷା ହୋଇଥିବାରୁ ଦୋକାନବଜାର ଖାଁ ଖାଁ ଦେଶୁଥିଲା ।ଆଜି ସକାଳେ ବର୍ଷା ଛାଡିଯିବାପରେ କୋହଲା ପାଗକୁ ଅପାରହ୍ନ ପର୍ଯ୍ୟନ୍ତ କୁହୁଡି ବର୍ଷା ହେଉଥିବା ନଜର କରାଯିବା ସହ ଥଣ୍ଡାର ପ୍ରକୋପ ଯୋଗୁଁ ଲୋକମାନେ ବାହାରକୁ ବାହାରିବା କଷ୍ଟକର ଅନୁଭବ କରୁଥିବା ଜଣାପଡିଛି ।ଗତକାଲି ପଟ୍ଟାଙ୍ଗୀରେ ସର୍ବାଧିକ ୭୯.୨ ମିମି ବର୍ଷା ହୋଇଥିବା ଜରୁରୀକାର୍ଯାଳୟରୁ ଜଣାପଡିଛି ।କୋରାପୁଟରେ ୫୭.୪ ମିମି ,ଲମତାପୁଟରେ ୪୯ ମିମି ,ବନ୍ଧୁଗାଁରେ ୫୦ ମିମି ,ନନ୍ଦପୁରରେ ୫୪ ମିମି , ଦଶମନ୍ତପୁରରେ ୪୬ ମିମି , ନାରାୟଣପାଟଣାରେ ୭୧.୨ ମିମି , ଲକ୍ଷ୍ମିପୁରରେ ୫୦ ମିମି , ସେମିଲିଗୁଡାରେ ୪୬ .୬ ମିମି , ଜୟପୁରରେ ୩୮.୬ ମିମି, କୋଟପାଡରେ ୧୧ ମିମି , କୁନ୍ଦ୍ରାରେ ୧୯ ମିମି , ବୋରିଗୁମ୍ମାରେ ୨୫.୨ ମିମି ଓ ବୈପାରୀଗୁଡାରେ ୩୨ ମିମି ବର୍ଷାା ହୋଇଥିବା ରେକର୍ଡ କରାଯାଇଥିବା କୋରାପୁଟ ଜରୁରୀକାଳୀନ କାର୍ଯ୍ୟାଳୟରୁ ଜଣାପଡିଛି ।କ୍ଷୟକ୍ଷତିର କୈାଣସି ରିପୋର୍ଟ ଆସି ନ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.