Home କୋରାପୁଟ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ

87

କୋରାପୁଟ ; ତା୧୨-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ) ଏକ ସାଧାରଣ ଘଟଣାକୁ ନେଇ ଦୁଇଜଣଙ୍କ ମଧ୍ୟରେ ବଚସା ହୋଇଥିବାବେଳେ ଜଣେ ଉତ୍ୟକ୍ତ ହୋଇ ଆର ଜଣକୁ ଏକ ଟାଙ୍ଗିଆରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରି ଦେଇଛି । ଘଟଣାଟି ଘଟିଛି ପଟ୍ଟାଙ୍ଗି ଥାନା ମାଡାମଗାନ୍ଧି ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ,ମାଡାମଗାନ୍ଧି ଗ୍ରାମର କାର୍ତୂ ଖରା ଗାଁରେ ଗାଇ ଚୋରାଏ । କୌଣସି କାରଣରୁ ସେ ଆଜି ଗ୍ରାମର ବାସୁ ଖରାଙ୍କ ଗାଇ ଚୋରାଇବାକୁ ନେଇନଥିଲା । ସେହି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । କାର୍ତୂ ଖରା ଉତ୍ୟକ୍ତ ହୋଇ ଘରୁ ଏକ ଟାଙ୍ଗିଆ ଆଣିଥିଲା ଓ ବାସୁ ଖରାର ବେକକୁ ହାଣି ଦେଇଥିଲା । ଟାଙ୍ଗିଆ ଚୋଟରେ ବାସୁର ମୁଣ୍ଡ ଗଣ୍ଡି ଅଲଗା ହୋଇ ଯାଇଥିଲା । ପୁଲିସ କାର୍ତୂକୁ ଗିରଫ କରି ଘଟଣାର ତଦନ୍ତ କରୁଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.