Home ଖେଳ ସାମାଜିକ ବାର୍ତ୍ତା ନେଇ କ୍ରିକେଟ୍ ଖେଳିଥିଲେ ସେଲିବ୍ରିଟି ଅଂଶଗ୍ରହଣ କରିଥିଲେ ନେତା, ଅଭିନେତା, ସାମ୍ବାଦିକ ଓ...

ସାମାଜିକ ବାର୍ତ୍ତା ନେଇ କ୍ରିକେଟ୍ ଖେଳିଥିଲେ ସେଲିବ୍ରିଟି ଅଂଶଗ୍ରହଣ କରିଥିଲେ ନେତା, ଅଭିନେତା, ସାମ୍ବାଦିକ ଓ ସମାଜସେବୀ

109

ଭୁବନେଶ୍ୱର ୨୩.୦୨ (ଓଡ଼ିଆ ପୁଅ) ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ “ୟୁଥ୍ ଫର୍ ଭଲ୍ୟୁଣ୍ଟାରି ୱାର୍କ’ ଓ “କର ଫାଉଣ୍ଡେସନ୍‌’ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌୬ସ୍ଥିତ ପ୍ରଗତି ସ୍ପୋର୍ଟିଂରେ “ସେଲିବ୍ରିଟି ଚାରିଟି କ୍ରିକେଟ୍‌’ ଅନୁଷ୍ଠିତ ହୋଇଥିଲା। ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ମଧ୍ୟରେ ସମାଜସେବାର ଚେତନା ସୃଷ୍ଟି ପାଇଁ ଅନୁଷ୍ଠାନ ତରଫରୁ ଏହି “ସେଲିବ୍ରିଟି ଚାରିଟି କ୍ରିକେଟ୍‌’ ଆୟୋଜନ କରାଯାଇଥିଲା। ଏଥିରେ ସମାଜର ବିଭିନ୍ନ ବର୍ଗରୁ ପ୍ରତିଷ୍ଠା ଲାଭ କରିଥିବା ନେତା, ଅଭିନେତା, ସାମ୍ବାଦିକ, ସମାଜସେବୀ ପ୍ରମୁଖ ସାମାଜିକ ସ୍ଲୋଗାନ୍ ଯଥା – “ରକ୍ତଦାନ ଜୀବନ ଦାନ”, “ଗଛ ଲଗାନ୍ତୁ, ପରିବେଶ ବଞ୍ଚାନ୍ତୁ”, “ସଡ଼କ ସୁରକ୍ଷା, ଜୀବନ ରକ୍ଷା”, “ମାନବ ସେବା ହିଁ ମାଧବ ସେବା” ପ୍ରଭୃତି ଲେଖାଥିବା ଟି ସାର୍ଟ ପିନ୍ଧି କ୍ରିକେଟ୍ ଖେଳିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନ୍‌ଗୋ, ସମାଜସେବୀ ରୁଦ୍ର ସାମନ୍ତରାୟ, କର ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଅଭିନେତା ଚନ୍ଦନ କର, ରିମେଡିଆଲ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ ବିକ୍ରମ କେଶରୀ ସାମଲ, ପୂର୍ବତନ ଖଦୀ ବୋର୍ଡ଼ ସଭାପତି ତେଜେଶ୍ୱର ପରିଡ଼ା, ପ୍ରମୁଖ ଯୋଗଦେଇଥିଲେ।

ରାଜନୈତିକ ଦଳ ସେଲିବ୍ରିଟି ଚାରିଟି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବିଜୟ ଲାଭ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଚଳଚ୍ଚିତ୍ର ଅଭିନେତା ହର ରଥ, ସମାଜବାଦୀ ପାର୍ଟି ଓଡ଼ିଶାର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଅଭିନେତ୍ରୀ ଆହାନା, ଅଭିନେତ୍ରୀ ପ୍ରିୟଙ୍କା ଦାଶ ଓ ପ୍ରିୟଙ୍କା ମହାପାତ୍ର ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍‌’ ରୂପେ ଅଭିନେତା ରାକେଶ ଦେଓ ଓ ଯୁବନେତା ସୁଶୀଲ ପୁରସ୍କୃତ ହୋଇଥିଲେ। “ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ୍‌’ ରୂପେ ଯୁବକଂଗ୍ରେସ ନେତା ନଳିନୀକାନ୍ତ ନାୟକ ଓ “ବେଷ୍ଟ ଫିଲଡର୍‌’ରୂପେ ସମାଜସେବୀ ବାସୁଦେବ ଭଟ୍ଟ ପୁରସ୍କୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ୱାର୍କ ଅଧ୍ୟକ୍ଷ ମୀର ଅହମଦ୍ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ସୁଶାନ୍ତ ମଲ୍ଲିକ ଓ ପ୍ରଗତି ସ୍ପୋର୍ଟିଂର ସଦସ୍ୟ ଟୁନା ସାହୁ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.