Home କନ୍ଧମାଳ କନ୍ଧମାଳ:ଜେଲ ପରିଦର୍ଶନ କଲେ ବିଭାଗୀୟ ଡିଜି

କନ୍ଧମାଳ:ଜେଲ ପରିଦର୍ଶନ କଲେ ବିଭାଗୀୟ ଡିଜି

88

କନ୍ଧମାଳ,୨୩/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ଗସ୍ତରେ ଜେଲ ବିଭାଗ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଆସି ଶନିବାର ଅପରାହ୍ନରେ ଫୁଲବାଣୀସ୍ଥିତ କାରାଗାର ପରିଦର୍ଶନ କରିଛନ୍ତି। ଜେଲରେ ପହଂଚିବା ପରେ ତାଙ୍କୁ ଗାର୍ଡ ଅଫ୍‌ଅନର ପ୍ରଦାନ କରାଯାଇଥିଲା। ଡିଜି ଉପାଧ୍ୟାୟ ପ୍ରଥମେ ଜେଲର ବାହ୍ୟ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଏହାପରେ ଜେଲ ଭିତରକୁ ଯାଇ ଅନ୍ତେବାସୀଙ୍କ ବିଷୟରେ ଅନୁଧ୍ୟାନ କରିବା ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ଜେଲ ଅଧୀକ୍ଷକ ଅନସୁୟା ଜେନାଙ୍କୁ ଜେଲର ବିଭିନ୍ନ ସମସ୍ୟା ନେଇ ପଚାରି ବୁଝିଥିଲେ।

ଜେଲରେ ୩୦୦ ଜଣ ଅନ୍ତବାସୀଙ୍କ ପାଇଁ ସୁବିଧା ଥିବାବେଳେ ଅଧିକ ରହୁଛନ୍ତି। ଏବେ ୧୧ ଜଣ ମହିଳାଙ୍କ ସମେତ ୪୧୨ ଜଣ ଅନ୍ତେବାସୀ ଅଛନ୍ତି। ଆବଶ୍ୟକତାଠାରୁ ଅଧିକ ଅନ୍ତେବାସୀ ରହୁଥିବାରୁ ବିଭିନ୍ନ ସମସ୍ୟା ଉପୁଜୁଥିବା ଅଧିକ୍ଷକ କହିଥିଲେ। ୧୦୦ ଜଣ ରହିବା ଭଳି ଆଉ ଏକ ୱାର୍ଡ ନିର୍ମାଣ ପାଇଁ ସେ ଅନୁରୋଧ କରିଥିଲେ। ଏଥିସହ କର୍ମଚାରୀଙ୍କ ବାସଗୃହ ଭାଙ୍ଗିରୁଜି ଯାଇଥିବାବେଳେ ମରାମତି ପାଇଁ କହିଥିଲେ। ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଡିଜି ଉପାଧ୍ୟାୟ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.