Home କେନ୍ଦୁଝର ସାମାଜିକ ଦୁରତାକୁ ମାନୁ ନାହାନ୍ତି ଲୋକେ, ବ୍ୟାଙ୍କ ଆଗରେ ପ୍ରବଳ ଗହଳି

ସାମାଜିକ ଦୁରତାକୁ ମାନୁ ନାହାନ୍ତି ଲୋକେ, ବ୍ୟାଙ୍କ ଆଗରେ ପ୍ରବଳ ଗହଳି

156

ହାଟଡ଼ିହି-୧୬/୪, ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା ବ୍ୟାଙ୍କ ମାନଙ୍କରେ ଏବେ ପ୍ରବଳ ଗହଳି ଲାଗି ରହୁôତବାରୁ କେହିବି ସାମାଜିକ ଦୁରତାକୁ ମାନୁ ନାହାନ୍ତି । ଠିଆ ହେବାପାଇଁ ଯାଗା ନଥିବାରୁ ଟଙ୍କା ଉଠାଇବାକୁ ଆସୁଥିବା ଲୋକମାନେ ନିଜ ନିଜ ଭିତରେ ଠେଲାପେଲା ହେଉଛନ୍ତି । ବ୍ୟାଙ୍କ ଅଫ ଇଣ୍ଡିଆ ବଞ୍ଚୋ ଓ ବ୍ୟାଙ୍କ ଅଫ ଇଣ୍ଡିଆ ହାଟଡିହି ଶାଖାରେ ଏପରି ଅବସ୍ଥା ଆଜି ଦେଖିବାକୁ ମିଳିଥିଲା । ଏବେ ମହିଳା ମାନଙ୍କ ଏକାଉଣ୍ଟକୁ ଉଜ୍ଜାଲା ଯୋଜନା ପଇସା ଓ ଜନଧନ ଏକାଉଣ୍ଟରେ ପଇସା ଆସୁଥିବାରୁ ଏହାକୁ ଉଠାଇବା ଲାଗି ପ୍ରବଳ ଗହଳି ଲାଗି ରହୁଛି । ୩୦ଜଣ ଠିଆ ହେବାପାଇଁ ଥିବା ସ୍ଥାନରେ ୨୦୦ରୁ ଉର୍ଦ୍ଧ ଲୋକ ଠିଆ ହେଉଥିବାରୁ ସରକାରଙ୍କ ସାମାଜିକ ଦୁରତା ନିୟମ ଏଠାରେ କାର୍ଯ୍ୟକ୍ଷମ ହୋଇ ପାରୁନି । ବ୍ୟାଙ୍କ ଭିତରେ ସମ ଦୁରତା ରକ୍ଷା କରାଯାଉଥିବାବେଳେ ବାହାରେ ପ୍ରବଳ ଗହଳି ଲାଗୁଥିଲେବି ପ୍ରଶାସନ କିମ୍ବା ବ୍ୟାଙ୍କ କର୍ତ୍ତୁପକ୍ଷ ଏଥିପ୍ରତି କୌଣସି ଦୃଷ୍ଟି ଦେଉ ନାହାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.