Home କେନ୍ଦୁଝର ଅଁରାରେ ଘରପୋଡି, ଜଳିଗଲା ୩ବଖରା

ଅଁରାରେ ଘରପୋଡି, ଜଳିଗଲା ୩ବଖରା

150

ହାଟଡ଼ିହି-୧୬/୪, ହାଟଡିହି ବ୍ଲକ ଅଁରାରେ ଆଜି ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ବେଣୁଧର ପଣ୍ଡାଙ୍କ ୩ବଖରା ଘର ସମେତ ନଗଦ ୧୫ହଜାର ଟଙ୍କା, ୫କୁଇଣ୍ଟାଲ ଚାଉଳ, ଟିଭି ଓ ଅନ୍ୟାନ୍ୟ ଗୃହୋପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ନିଆଁର ପ୍ରକୋପ ଏତେ ଥିଲାଯେ ଗାଁ ଲୋକେ କେହି ନିଆଁକୁ ଲିଭାଇ ପାରି ନଥିଲେ । ପରେ ହାଟଡିହି ଦମକଳ ପହଞ୍ଚି ନିଆଁକୁ ସମ୍ପୁର୍ଣ୍ଣ ଲିଭାଇଥିଲା । ଏହି ଅଗ୍ନିକାଣ୍ଡରେ ତାଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭଷ୍ମୀଭୂତ ହୋଇଯାଇଥିବା ଅନୁମାନ କରାଯାଉଛି । ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.