Home କେନ୍ଦୁଝର ସାବିତ୍ରୀ ପାଇଁ କଟକଣାକୁ ମାନିଲେନି ଲୋକେ, ଦୋକାନ ସିଲ କଲା ପ୍ରଶାସନ

ସାବିତ୍ରୀ ପାଇଁ କଟକଣାକୁ ମାନିଲେନି ଲୋକେ, ଦୋକାନ ସିଲ କଲା ପ୍ରଶାସନ

140

ହାଟଡିହି- ୮ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ଶନିବାର ଓ ରବିବାର ଦୁଇଦିନ ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ ରହିବାପରେ ଗତକାଲି ଠାରୁ ଦୋକାନ ବଜାର ଖୋଲିଛି । ଆସନ୍ତା ଗୁରୁବାର ସାବିତ୍ରୀ ବ୍ରତ ଓ ୧୪ତାରିଖ ଠାରୁ ରଜପର୍ବ ପଡୁଥିବାରୁ ଲୋକମାନେ ସରକାରଙ୍କ କରୋନା କଟକଣାକୁ ମାନୁ ନାହାନ୍ତି । ଯିଏ ଯେପରି ହେଲେ କିଛି ଫଳ ଓ ଲୁଗାପଟା କିଣିବାକୁ ବ୍ୟସ୍ତ ହୋଇଉଠୁଛନ୍ତି । ସମସ୍ତେ ଏକ ସମୟରେ ଛକ ବଜାରକୁ ପଳାଇ ଆସୁଥିବାରୁ ଦୋକାନ ବଜାର ଗୁଡିକ ଜନଗହଳିରେ ପୁରି ଉଠୁଛି । ସତେ ଯେପରି ସରକାରଙ୍କ କରୋନା କଟକଣା ଉଠିଯାଇଛି । ଏନେଇ ଆଜି ପୁଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରାଯାଇ ଜୋରିମାନା କରାଯାଇଥିବାବେଳେ ଦୁଇଟି ଦେକାନକୁ ସିଲ କରାଯାଇଥିବା ଜଣାଯାଇଛି । କୋଭିଡ ଗାଇଡଲାଇନ ଭାଙ୍ଗି ବ୍ୟବସାୟ ଚଳାଇଥିବା ଜଗନ୍ନାଥପୁର ବଜାରରେ ଥିବା ହନୁମାନ ବସ୍ତ୍ରାଳୟକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ସେହିପରି ହାଟଡିହିର ଏକ ଗ୍ରୋସରୀ ଦୋକାନକୁ ଜୋରିମାନା ଆଦାୟ କରାଯାଇଥିବାବେଳେ ଛେନାପଦି ଛକରେ ଥିବା ଗୋଟିଏ ଲେଡିଜ କର୍ଣ୍ଣରକୁ ସିଲ କରାଯାଇଛି । ସେହିପରି ଛେନାପଦିଛକ ପୋଟ୍ରୋଲ ପମ୍ପ ନିକଟରେ ଥିବା ଏକ ହାର୍ଡଓୟାର ଦୋକାନୁ ଜୋରିମାନା ଆଦାୟ କରାଯାିଥିବା ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.