Home ଜିଲ୍ଲା ପରିକ୍ରମା ସାପ କାମୁଡାରେ ଯୁବକ ଗୁରୁତର

ସାପ କାମୁଡାରେ ଯୁବକ ଗୁରୁତର

25

ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର କୋଟସିରା ଗ୍ରାମର ସତ୍ୟବ୍ରତ ସାହୁ(୧୮) ସାପ କାମୁଡାରେ ଆହତ ହୋଇ କଟକରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଘରୁ ଭଣ୍ଡାରିପୋଖରୀକୁ ଆଜି ଦିନ ୯ଟାରେ ଆସୁଥିବା ବେଳେ ଫତେପୁର ନିକଟ ରାସ୍ତା ଉପରେ ଗଛନାଗ ଗଛରୁ ଖସି କାମୁଡି ଦେଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ଭଦ୍ରକ ପଠାଇ ଦିଆଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ବୋଳି ଡାକ୍ତରଖାନା ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.