Home ଜିଲ୍ଲା ପରିକ୍ରମା ସାପକାମୁଡ଼ାରେ ମହିଳାଙ୍କ ଓ ପୋଖରୀରେ ବୁଡ଼ି ଯୁବକର ମୃତ୍ୟୁ

ସାପକାମୁଡ଼ାରେ ମହିଳାଙ୍କ ଓ ପୋଖରୀରେ ବୁଡ଼ି ଯୁବକର ମୃତ୍ୟୁ

13

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ରଇପୁର ପଂଚାୟତର ନିଧିବିନ୍ଧା ଗ୍ରାମର ବାବୁଲି ବାରିକଙ୍କ ସ୍ତ୍ରୀ ସୁରେକ୍ଷା ବାରିକ (୪୨) ନିଜ ରୋଷେଇ ଘରେ ରୋଷେଇ କରୁଥିବାବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଡ଼ାକ୍ତରଖାନାକୁ ନେଇଥିବାବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ପ୍ରକାଶ ଥାଉକି ୪ମାସ ପୂର୍ବେ ସ୍ୱାମୀ ବାବୁଲିଙ୍କର ମୃତ୍ୟୁ ଘଟିଥିବାବେଳେ ଏବେ ସ୍ତ୍ରୀର ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି। ଖବରପାଇ ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ ପରିବାରର ପିଲାମାନଙ୍କୁ ସମବେଦନା ଜଣାଇଥିଲେ। ସେହିପରି ଆଜି ପାଳସାହି ପଂଚାୟତର ଶାଆଁଳପୁର ଗ୍ରାମର ମାଳିଆ ଜେନାଙ୍କ ପୁଅ ବାଇନ ଜେନା(୨୬)ଙ୍କର ପୋଖରୀରେ ବୁଡି ମୃତ୍ୟୁ ହୋଇଛି। ତାଙ୍କର ଶବ ବ୍ୟବଚ୍ଛେଦପାଇଁ ଭଦ୍ରକ ପଠାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.