Home ଜିଲ୍ଲା ପରିକ୍ରମା ଜିଲ୍ଲା ଶିଶୁ ସୁରକ୍ଷା କମିଟି ବୈଠକ; ଶିଶୁ ପାଇଁ ଦିନଟିଏ

ଜିଲ୍ଲା ଶିଶୁ ସୁରକ୍ଷା କମିଟି ବୈଠକ; ଶିଶୁ ପାଇଁ ଦିନଟିଏ

10

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ‘ଶିଶୁ ପାଇଁ ଦିନଟିଏ’ ଉତ୍ସବ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ ଅଧ୍ୟକ୍ଷତା ଏବଂ ଜିଲ୍ଲାପାଳ ତ୍ରିଲୋଚନ ମାଝି ସହ ଅଧ୍ୟକ୍ଷତା କରିଥିଲେ। ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡା. ସୁଦର୍ଶନ ବାରିକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସଦସ୍ୟ ତଥା ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ, ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁନାଥ ଧଳ, ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଦ୍ୟୁତ୍‌ଲତା ନାୟକ, ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ବାସୁଦେବପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ପୂର୍ଣ୍ଣିମା ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫେଲୋସିପ୍‌ର ସଂପାଦକ ଏସ.ଏମ ଫାରୁକ, ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ଡି.ଏସ.ପି ଏଚ.ଆର.ପି.ସି. ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଓ ଚାଇଲ୍ଡ ଲାଇନର ନିର୍ଦ୍ଦେଶିକା ସୋଫିଆ ସେଖ, ସବ୍‌ସେଣ୍ଟର ନିର୍ଦ୍ଦେକ ଦେବବ୍ରତ ଦାଶ ପ୍ରମୁଖ ଯୋଗଦେଇଥିଳେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଶିଶୁ ସୁରକ୍ଷା ସେବା ଅଗ୍ରଗତି ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ ପଞ୍ଚାୟତ ଏବଂ ବ୍ଲକସ୍ତରରେ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଗତିଶୀଳ କରିବା ପାଇଁ ମତ ଦେଇଥିଲେ। ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ବିଦ୍ୟୁତ୍‌ଲତା ନାୟକ ବ୍ଲକ ଓ ପଞ୍ଚାୟତ ସ୍ତରରେ ଥିବା ବିଦ୍ୟାଳୟମାନଙ୍କରେ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ସଭା କରିବାପାଇଁ ମତ ପ୍ରଦାନ କରିଥିଲେ। ସମାଜସେବୀ ଏସ.ଏମ ଫାରୁକ ପଞ୍ଚାୟତ ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଥିଲେ। ଚାଇଲ୍ଡ ଲାଇନର ସୋଫିୟା ସେଖ ବିପଦ ସଙ୍କୁଳ ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ୧୦୯୮ ନମ୍ବର କାର୍ଯ୍ୟକାରିତା ଉପରେ କହିଥିଲେ। ସବ୍‌ସେଣ୍ଟର ନିର୍ଦ୍ଦେଶକ ଦେବବ୍ରତ ଦାସ ଚାଇଲ୍ଡ ଲାଇନର କାର୍ଯ୍ୟବଳୀର ସୂଚନା ପ୍ରଦାନ କରିଥିଲେ। ସଦସ୍ୟ ଲାଲଟେନ୍ଦୁ ମହାନ୍ତି ଏବଂ ଅନ୍ୟମାନେ ମଧ୍ୟ ନିଜ ନିଜ ମତ ପ୍ରଦାନ କରିଥିଲେ। ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡା. ସୁଦର୍ଶନ ବାରିକ ପଞ୍ଚାୟତ ଓ ବ୍ଲକ ସ୍ତରରେ ଥିବା ଅବହେଳିତ ଶିଶୁ ମାନଙ୍କ ବିଷୟରେ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ଥିବା ଶିଶୁ ସୁରକ୍ଷା କମିଟି ଦ୍ୱାରା ଖବର ପ୍ରଦାନ ଉପରେ କହିଥିଲେ। ଜିଲ୍ଳାପାଳ ମହୋଦୟ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟ କରିବା ପାଇଁ ମତ ପ୍ରକାଶ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ଥିବା କମିଟି ମାନଙ୍କର ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ। ଶେଷରେ ଜିଲ୍ଲା ଶିଶୁ ସୁରକ୍ଷ ୟୁନିଟ୍‌ର ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରବେସନ ଅଧିକାରୀ ସୁବ୍ରତ ଦାସ, ସ୍ୱାଗତିକା ବାରିକ, ମହେଶ ଚନ୍ଦ୍ର ଦାଶ, ଦମୟନ୍ତୀ ଦାଶ, ଧୀରଜ ବାରିକ, ଚିନ୍ମୟ ପଣ୍ଡା ଓ ଆସିୟାନା ସଂଯୋଜକ ରିଆଜ୍ ଅହମ୍ମଦ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.