Home ଜିଲ୍ଲା ପରିକ୍ରମା ବରଗଡ଼ା ସେବା ସମବାୟ ସମିତିର ଚାଷୀ ସମସ୍ୟା ନେଇ ୫ଦିନ ହେବ ଅଫିସରେ ତାଲା ଝୁଲୁଛି

ବରଗଡ଼ା ସେବା ସମବାୟ ସମିତିର ଚାଷୀ ସମସ୍ୟା ନେଇ ୫ଦିନ ହେବ ଅଫିସରେ ତାଲା ଝୁଲୁଛି

32

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ସେବାସମବାୟ ବ୍ୟାଙ୍କ ଅଧିନସ୍ଥ ବରଗଡ଼ା ସେବାସମବାୟ ସମିତିର ଚାଷୀଋଣ ହଡ଼ପ ଅଭିଯୋଗ ନେଇ ଦୀର୍ଘ ୫ଦିନ ହେବ ଅଫିସରେ ତାଲା ପଡ଼ିଥିବାରୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଖବରରୁ ପ୍ରକାଶଯେ ଉକ୍ତ ସମିତି ଅଧିନସ୍ଥ ଗୋବିନ୍ଦପୁର ପଂଚାୟତର ୭ଟି ରାଜସ୍ୱ ଗ୍ରାମର ଚାଷୀମାନେ ନିର୍ଭର କରିଥାନ୍ତି। ଅପରପକ୍ଷେ ୯୫୦ଜଣ ଚାଷୀ ସେମାନଙ୍କ ଋଣ ବହି ସମ୍ପାଦକ ନିଜପାଖରେ ରଖି ନିଜ ଇଛାରେ ପ୍ରତ୍ୟେକ ଋଣିଙ୍କ ଖାତାରେ ଋଣ ଉଠାଇ ନେଇଯାଉଛନ୍ତି। ଏନେଇ ଉକ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ସମ୍ପୃକ୍ତ ସମ୍ପାଦକ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ କେତେକ ଚାଷୀ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଘେରାଉ କରିଥିଲେ ମାତ୍ର ସେଦିନ ଛୁଟିଥିବାରୁ କେହି ଅଧିକାରୀ ଆସିନଥିଲେ। ପରବର୍ତ୍ତି ସମୟରେ ଉକ୍ତ ଗୋଷ୍ଠୀ ଆଜି ଧାମନଗର ସେବାସମବାୟ ସମିତି ଶାଖା ପରିଚାଳକ ଓ ଜିଲ୍ଳାପାଳ ନିକଟରେ ଅଭିଯୋଗ ଦେବା ସହିତ ସମ୍ପୃକ୍ତ ସମ୍ପାଦକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ତେବେ ଘଟଣାର ୪ଦିନ ପରେ ଆଜି ଅନ୍ୟ ଏକ ଗୋଷ୍ଠୀ ଅଫିସରେ ତାଲା ପକାଇ ଉକ୍ତ ଅଫିସକୁ ବଦାନାମ କରାଯାଉଛି ଏବଂ ଏହାର ସତ୍ୟାସତ୍ୟ ତଦନ୍ତ ପାଇଁ ତାଲା ପକାଇ ପ୍ରତିବାଦ କରିଥିଲେ। ଖବରପାଇ ଶାଖା ପରିଚାଳକ ବିଚିତ୍ରାନନ୍ଦ ସାହୁ ଘଟଣା ସ୍ଥଳରେ ପହଂଚି ସେବାସମବାୟ ସମିତିର ସମ୍ପାଦକ ଅଶୋକ କୁମାର ବସନ୍ତିଆ, ସରପଂଚ ପ୍ରତିନିଧି ଶ୍ରୀକାନ୍ତ ନାୟକ, ଚାଷୀ ପ୍ରଶାନ୍ତ ନାୟକ, ସଦାଶିବ ବେହୁରିଆ, କାଶିନାଥ ସାହୁଙ୍କ ସମେତ ବିଭିନ୍ନ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ପ୍ରକାଶ ଥାଉକି ଗତ ଶନିବାର ଦିନ ସରକାରୀ ଛୁଟିଦିନରେ କିଛି ବ୍ୟକ୍ତି ସମିତିର ସମ୍ପାଦକଙ୍କ ବିରୁଦ୍ଧରେ ଅଭିଯୋଗ କରି ତାଲା ପକାଇଥିବାବେଳେ ଅଫିସର କେତେକ କର୍ମଚାରୀଙ୍କ ସହଯୋଗରେ କାଗଜପତ୍ର ବାହାରକୁ ଦିଆଯାଇ ସମ୍ପାଦକଙ୍କୁ ବଦନାମ କରାଯାଉଥିବାର ଆଜି ସମ୍ପୃକ୍ତ ଶାଖା ପରିଚାଳକ ଆଗରେ ଅଭିଯୋଗ କରାଯାଇଥିଲା। ଅପର ପକ୍ଷରେ ଉକ୍ତ ସମିତିର ଜଣେ ପିଅନଙ୍କର ଚାକିରିକାଳ ସରିଥିଲେ ମଧ୍ୟ ସେଠାରେ ଜୋରଜବଦସ୍ତ ରହି କାର୍ଯ୍ୟ କରୁଥିବାବେଳେ ତାଙ୍କର ଜଣେ ସମ୍ପର୍କୀୟ ସହସମ୍ପାଦକ ରହି ବିଭିନ୍ନ ସମୟରେ ଅଫିସର ଗୋପନିୟତାକୁ ପଦାରେ ପକାଉଛନ୍ତିି ବୋଲି ସମ୍ପାଦକ ଶ୍ରୀ ବସନ୍ତିଆ ଶାଖା ପରିଚାଳକଙ୍କ ଆଗରେ ଅଭିଯୋଗ କରିଥିଲେ। କିଛିଦିନ ତଳେ ଉକ୍ତ ସେବା ସମବାୟ ସମିତିରୁ କାଗଜପତ୍ର ଚୋରି ହୋଇଥିବା ଧୂଷୁରୀ ଥାନାରେ ସହସମ୍ପାଦକ ଅଭିଯୋଗ କରିଥିବାବେଳେ ଅଫିସରୁ କୌଣସି କାଗଜପତ୍ର ଚୋରିହୋଇନାହିଁ ବୋଲି ସମ୍ପାଦକ ଶ୍ରୀ ବସନ୍ତିଆ ମଧ୍ୟ ଶାଖା ପରିଚାଳକଙ୍କ ଆଗରେ ପ୍ରକାଶ କରିଥିଲେ। ତେବେ ଅଫିସର ସମ୍ପାଦକ ଓ ସହସମ୍ପାଦକ ମଧ୍ୟରେ ତାଳମେଳ ଠିକ୍ ରହୁନଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଏପରି ସମସ୍ୟା ସୃଷ୍ଟି ହେଉଛି ବୋଲି କେତେକ ଚାଷୀ ଅଭିଯୋଗ କରିଥିଲେ। ତେବେ ୭ଦିନ ମଧ୍ୟରେ ଉକ୍ତ ସେବା ସମବାୟ ସମିତିର ସମସ୍ତ ଋଣିଙ୍କୁ ନୋଟିସ୍ ମାଧ୍ୟମରେ ସୂଚନା ଦିଆଯାଇ ସେମାନଙ୍କ ଋଣ ସମ୍ବନ୍ଧରେ ତଥ୍ୟ ଦିଆଯାଇ ସମସ୍ୟାର ସମାଧାନ କରାଯିବବୋଲି ଶାଖା ପରିଚାଳକ ଶ୍ରୀ ସାହୁ ପ୍ରକାଶ କରିଥିଲେ। ଅପରପକ୍ଷେ ବର୍ତ୍ତମାନ ଚାଷ ସମୟରେ ଚାଷୀମାନଙ୍କର ବିଭିନ୍ନ ସମସ୍ୟା ସେବା ସମବାୟ ମାଧ୍ୟମରେ ସମାଧାନ କରାଯାଉଥିବାବେଳେ ବରଗଡ଼ା ସେବାସମବାୟ ସମିତିରେ ୫ଦିନ ହେବ ବିଭିନ୍ନ ଗୋଷ୍ଠୀ ତାଲା ପକାଇବା ଦ୍ୱାରା ଉକ୍ତ ସେବା ସମିତିର ଅଚଳାବସ୍ଥା ସୃଷ୍ଠି ହୋଇଛି। ତୁରନ୍ତ ଏ ଦୀଗରେ ପ୍ରଶାସନ ଦୃଷ୍ଟି ଦେବାସହିତ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.