Home ଜିଲ୍ଲା ପରିକ୍ରମା ସାପକାମୁଡାରେ ପୂର୍ବତନ ପଞ୍ଚାୟତ ସମ୍ପାଦକ ନିର୍ମଳ ନାୟକଙ୍କ ମୃତ୍ୟୁ

ସାପକାମୁଡାରେ ପୂର୍ବତନ ପଞ୍ଚାୟତ ସମ୍ପାଦକ ନିର୍ମଳ ନାୟକଙ୍କ ମୃତ୍ୟୁ

66

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଜଳମଣ୍ଡୁଆ ପଞ୍ଚାୟତର ପୂର୍ବତନ ସମ୍ପାଦକ ନିର୍ମଳ ଚନ୍ଦ୍ର ନାୟକ(୭୨) ଆଜି ସକାଳ ପ୍ରାୟ ୭.୩୦ମି ସମୟରେ ସର୍ପାଘାତରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ସ୍ୱର୍ଗତ ନାୟକ ତାଳପଦା ଗ୍ରାମ ବାସଭବନ ବାଡିକୁ ସକାଳ ପ୍ରାୟ ୬ଟା ସମୟରେ ଯାଇଥିବା ବେଳେ ବିଷଧର ସର୍ପ କାମୁଡି ଦେଇଥିଲା । ପରିବାର ଲୋକେ ତାଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ମରଶରୀର ନିକଟରେ ପରିବାର ଲୋକେ ଆତ୍ମିୟସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ବାସଭବନ ହତାରେ ଅନ୍ତିମ ସଂସ୍କାର କରାଯାଇଥିଲା । ବଡପୁଅ ଦେବାଶିଷ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ନାୟକ ୩୦ବର୍ଷ ଧରି ଜଳମଣ୍ଡୁଆ ପଞ୍ଚାୟତର ସମ୍ପାଦକ ଭାବେ କାର୍ଯ୍ୟଭାର ତୁଲାଇଥିଲେ । ଚୁଡାକୁଟି ପଞ୍ଚାୟତ ସମ୍ପାଦକ ଭାବେ ମଧ୍ୟ କିଛି ଦିନ ପାଇଁ ଦାୟିତ୍ୱ ତୁଲାଇଥିଲେ । ଜଣେ ମେଳାପି ବ୍ୟକ୍ତି ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.