Home ଜିଲ୍ଲା ପରିକ୍ରମା ଓଜେଇଇ ପରୀକ୍ଷାରେ ଗ୍ରୀନ୍ କାର୍ଡ ର‌୍ୟାଙ୍କରେ ୨ ସ୍ଥାନ ଅଧିକାର କଲେ ଭଦ୍ରକର ଚନ୍ଦ୍ରପ୍ରସାଦ ପଣ୍ଡା

ଓଜେଇଇ ପରୀକ୍ଷାରେ ଗ୍ରୀନ୍ କାର୍ଡ ର‌୍ୟାଙ୍କରେ ୨ ସ୍ଥାନ ଅଧିକାର କଲେ ଭଦ୍ରକର ଚନ୍ଦ୍ରପ୍ରସାଦ ପଣ୍ଡା

41

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ଫଳ ଏବେ ପ୍ରକାଶ ପାଇଛି । ଏଥିରେ ଗ୍ରୀନ୍ କାର୍ଡ ର‌୍ୟାଙ୍କ ଅନୁସାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ଭଦ୍ରକର ଚନ୍ଦ୍ରପ୍ରସାଦ ପଣ୍ଡା । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଥିବାବେଳେ ତାଙ୍କର ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ତାଙ୍କୁ ବଧେଇ ଜଣାଇବା ସହ ଶ୍ରୀ ପଣ୍ଡାଙ୍କର ଉତ୍ତୋରତ୍ତର ଭବିଷ୍ୟତ କାମନା କରିଛନ୍ତି । ସେ ଭଦ୍ରକର ଚାରିଘରିଆ (ପାତ୍ରସାହି) ନିବାସୀ ଶିକ୍ଷାବିତ୍ ସୁରେନ୍ଦ୍ର କୁମାର ପଣ୍ଡା ଓ ଶିକ୍ଷୟିତ୍ରୀ ଜୟନ୍ତୀ କରଶର୍ମାଙ୍କ କନିଷ୍ଠ ପୁତ୍ର ଅଟନ୍ତି । ଏହି ସଫଳତାର ଶ୍ରେୟ ତାଙ୍କର ଅକ୍ଳାନ୍ତ ପରିଶ୍ରମ, ପିତା-ମାତା ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହଯୋଗ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.