Home ଜିଲ୍ଲା ପରିକ୍ରମା ଜଳିଗଲା ନବବଧୂ; କାରଣ ଅସ୍ପଷ୍ଟ

ଜଳିଗଲା ନବବଧୂ; କାରଣ ଅସ୍ପଷ୍ଟ

35

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନିର୍ଗୁଣ୍ଡି ଗ୍ରାମରେ ଜନୈକ ନବବଧୂ ଅସ୍ୱାଭାବିକା ଭାବେ ପୋଡିହୋଇ ମୃତ୍ୟୁବରଣ କରିଥିôବା ଜଣାଯାଇଛି । ପାଳସାହିର ମନୋଜ ପାଲର ପତ୍ନୀ ରାଧାରାଣୀ(୩୦) ଆଜି ସକାଳ ପ୍ରାୟ ୯.୩୦ମି. ସମୟରେ ନିଆଁରେ ଜଳିଯାଇଛି । ଗତ ବର୍ଷକ ପୂର୍ବେ ବିବାହ କରିଥିବା ନୟାଗଡ ଅଞ୍ଚଳର ରାଧାରାଣୀ କେବଳ ବୃଦ୍ଧ ଶାଶୁ ସହ ଘରେ ବସବାସ କରୁଥିଲା । ସ୍ୱାମୀ ମନୋଜ କଲିକତାରେ କାର୍ଯ୍ୟ କରୁଥିବାରୁ ଘରେ ଅନୁପସ୍ଥିତ ଥିଲେ । ସକାଳେ ରାଧାରାଣୀ ସ୍ୱାଭାବିକ ଭାବେ କାର୍ଯ୍ୟକରୁଥିବା ବେଳେ ଘରୁ ଚିତ୍କାର ଶୁଭିଥିଲା । ପଡୋଶୀମାନେ ରାଧାରାଣୀ ଜଳୁଥିବା ଦେଖିଥିଲେ । ମାତ୍ର ସେତେବେଳକୁ ରାଧାରାଣୀ ଶରୀରର ପ୍ରାୟ ନବେ ଭାଗ ପୋଡିଯାଇ ଥିଲା ଓ ସେ ମୃତ୍ୟୁବରଣ କରିସାରିଥିଲା । ଖବର ପାଇ ଧାମନଗର ଥାନାଧିକାରୀ ପ୍ରଦୀପ କୁମାର ମହନ୍ତ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିଥିଲେ । ପୋଡା ଶରୀରରୁ କିରୋସିନି ଗନ୍ଧ ଆସୁଥିବାରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ଅନୁମାନ କରାଯାଉଥିଲା । ହେଲେ ରାଧାରାଣୀର ବାପଘର ଲୋକେ ଫୋନ ଯୋଗେ ବଭିନ୍ନ ଅଭିଯୋଗ କରିଥିଲେ । ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ବାପଘର ଲୋକେ ଥାନାରେ ଅଭିଯୋଗ କରିନଥିବାରୁ ପୁଲିସ କେବଳ ଶବକୁ ଜଗି ରହିଛି । ଅଭିଯୋଗ ହେବା ପରେ ଆସନ୍ତାକାଲି ପରବର୍ତ୍ତର୍ୀ ପଦକ୍ଷେପ ନିଆଯିବ ବୋଲି ଥାନାଧିକାରୀ ଶ୍ରୀ ମହନ୍ତ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.