Home ଅନୁଗୁଳ ସାନହାର ଅଗ୍ନିବିପନ୍ନଙ୍କୁ ହିଙ୍ଗୁଳା ପାଠାଗାର ପକ୍ଷରୁ ସହାୟତା

ସାନହାର ଅଗ୍ନିବିପନ୍ନଙ୍କୁ ହିଙ୍ଗୁଳା ପାଠାଗାର ପକ୍ଷରୁ ସହାୟତା

28

ତାଳଚେର,୧୫/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଳମଛୁଇଁ ଗ୍ରାମସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ମା ହିଙ୍ଗୁଳା ପାଠାଗାର” ପକ୍ଷରୁ ସାନତ୍ରିବିଡା ପଂଚାୟତ ଅନ୍ତର୍ଗତ ସାନହାର ଗ୍ରାମର ଗୋଟିଏ ଅଗ୍ନିବିପନ୍ନ ପରିବାରକୁୁ ସହାୟତା ପ୍ରଦାନ କରାଯାଇଛି । ପାଠାଗାରର ସଦସ୍ୟମାନେ ଅଗ୍ନିବିପନ୍ନ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସମସ୍ତ ଅଗ୍ନିବିପନ୍ନଙ୍କୁ ଅନୁଷ୍ଠାନ ପକ୍ଷରୁ ଶାଢୀ,ଲୁଙ୍ଗି,ଗାମୁଛା ତଥା ଚାଉଳ,ବିସ୍କୁଟ ଇତ୍ୟାଦି ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ପାଠାଗାରର ଉପଦେଷ୍ଟା ପ୍ରଭାକର ପ୍ରଧାନ, ସଭାପତି ହାଡିବନ୍ଧୁ ପ୍ରଧାନ,ସମ୍ପାଦକ ବିଭୁତି ଭୂଷଣ ସ୍ୱାଇଁ,କୋଷାଧ୍ୟକ୍ଷ ଦୟାନିଧି ସାହୁ,ଚତୁର୍ଭୂଜ ସାହୁ ପ୍ରମୁଖ ଏହି ରିଲିଫ କାର୍ଯ୍ୟରେ ସହାୟତା ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟି ସାନହାର ଗ୍ରାମର ଅକ୍ରୁର ସାହୁଙ୍କ ବାସଗୃହ ସହ ସମସ୍ତ ଆସବାବପତ୍ର ସମେତ ୪ଟି ଛେଳି ଜଳିପୋଡି ପାଉଁଶ ହୋଇ ଯାଇଥିଲା । ମା ହିଙ୍ଗୁଳା ପାଠାଗାରର ଏଭଳି ଜନକଲ୍ୟାଣ କାର୍ଯ୍ୟକୁ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.