Home ଓଡ଼ିଶା କୋଭିଡ୍ କଟକଣା ଭିତରେ ଗୋପାଳପୁର କାଳୀ ପୂଜା ଅନୁଷ୍ଠିତ

କୋଭିଡ୍ କଟକଣା ଭିତରେ ଗୋପାଳପୁର କାଳୀ ପୂଜା ଅନୁଷ୍ଠିତ

44

ନୟାଗଡ/୧୫/୧୧(ଓଡିଆ ପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ଗୋପାଳପୁର ଠାରେ କୋଭିଡ୍ କଟକଣା ଭିତରେ କାଳୀ ପୂଜା ଅନୁଷ୍ଠିତ ହୋଇଯାଇଅଛି  । ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ ହେବ ଗୋପାଳପୁର କାଳୀପୂଜା ମଣ୍ଡପରେ ମହା ଆଡମ୍ବରରେ କାଳୀପୂଜା ଅନୁଷ୍ଠିତ ହୋଇଥାଏ । ସାତଦିନ ବ୍ୟାପୀ ରାତ୍ରୀ ସାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ  । ଚଳିତ ବର୍ଷ ପ୍ରଶାସନିକ କଟକଣା ଯୋଗୁ ମୂତ୍ତୀର ଆକାର ଛୋଟ କରାଯାଇଅଛି  । ସମସ୍ତ ସାସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଛି ।

କଟକଣା ଅନୁଯାଇ ମଧ୍ୟ  ରାତ୍ରରେ କେବଳ କର୍ତ୍ତା , ପୁରୋହିତ ଓ ଜଣେ ସହଯୋଗୀ ଙ୍କୁ ନେଇ ପୂଜା ଅନୁଷ୍ଠିତ ହୋଇଯାଇଅଛି  । ମଣ୍ଡପ ଆଗରେ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତି ନଥିବାରୁ ପୂଜା ସ୍ଥଳ ଖାଲି ଖାଲି ଲାଗୁଛି । ନିରାଡାମ୍ବର ଭାବେ ପୂଜା ହେଉଥିବା ଯୋଗୁଁ  ଭକ୍ତଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହେଉନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.