Home ଅନୁଗୁଳ ମା ଶ୍ୟାମାକାଳୀଙ୍କ ପୂଜା ନିରାଡମ୍ବରରେ ଭାବେ ପାଳିତ

ମା ଶ୍ୟାମାକାଳୀଙ୍କ ପୂଜା ନିରାଡମ୍ବରରେ ଭାବେ ପାଳିତ

72

ତାଳଚେର,୧୫/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ଏମ୍‌ସିଏଲ ନନ୍ଦିରା କୋଲିୟରୀ ପକ୍ଷରୁ ମା’ ଶ୍ୟାମାକାଳୀଙ୍କ ପୂଜା ନିରାଡମ୍ବର ଭାବରେ ପାଳନ କରାଯାଉଛି । କୋରୋନା କଟକଣା ଯୋଗୁଁ ନନ୍ଦିରା କାଳୀମଣ୍ଡପ ପଡିଆରେ ଅନୁଷ୍ଠିତ ଏହି ପୂଜାରେ ଭକ୍ତମାନଙ୍କ ଅନୁପସ୍ଥିତିରେ କେବଳ ବିଧିରକ୍ଷା କରି ମାଆଙ୍କ ପୂଜା ସମ୍ପନ୍ନ କରାଯାଉଛି । ଶନିିବାର ସନ୍ଧ୍ୟାରେ କଳସଯାତ୍ରା,ମା’ଙ୍କ ମୃଣ୍ମୟୀ ପ୍ରତିମାରେ ଜୀବନ୍ୟାସ,ପ୍ରାଣ ପ୍ରତିଷ୍ଠା, ଚକ୍ଷୁଦାନ,ମାତୃକା ପୂଜା ପ୍ରଭୃତି ଅନୁଷ୍ଠାନ ପାରମ୍ପରିକ ବିଧି ବିଧାନ ଅନୁଯାୟୀ ସମାପନ କରାଯାଇଥିଲା । କୋଭିଡ୍ ନିୟମାନୁଯାୟୀ ଚଳିତ ବର୍ଷ ମାଆ ଶ୍ୟାମାକାଳୀଙ୍କ ମୂର୍ତିର ଉଚ୍ଚତା ୪ ଫୁଟ ରଖା ଯାଇଥିବା ବେଳେ ପୂଜାମଣ୍ଡପର ଚତୁଃପାଶ୍ୱର୍କୁ କପଡା ଲଗାଯାଇ ଆରାଧନା କରାଯାଉଛି । ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ପୂଜା ମଣ୍ଡପରେ ଜନସମାଗମ ନ ହେବା ସହ କୌଣସି ଭକ୍ତ ମାଆଙ୍କ ପୂଜା କରିପାରିବ ନାହିଁ କିମ୍ବା କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ ବୋଲି ଜଣାପଡିଛି । ଏହି ପୂଜା କାର୍ଯ୍ୟରେ ନନ୍ଦିରା କାଳୀ ପୂଜା କମିଟିର ସଭାପତି ସନ୍ତୋଷ କୁମାର ମହାନ୍ତି,ସମ୍ପାଦକ ମଳୟ ଦୁବେ, କାର୍ଯ୍ୟକାରୀ ସମ୍ପାଦକ ପ୍ରଭାତ ବେହେରା,ରାଜେନ୍ଦ୍ର ସାହୁ,କୋଷାଧ୍ୟକ୍ଷ ବଳରାମ ପ୍ରଧାନଙ୍କ ସହ ସମସ୍ତ ପୂଜାକମିଟି କର୍ମକତାମାନେ ସକ୍ରିୟ ସହଯୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.